ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଅବସର ନେବା ପରେ ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଛନ୍ତି । ବିଶ୍ୱକପରୁ ବିଦା ହେବେ ପରେ ସେହ୍ୱାଗ ସମସ୍ତ ତଥ୍ୟ ଉପସ୍ଥାନ କରି ପାକିସ୍ତାନ ଟିମକୁ ସମାଲୋଚନା କରିଛନ୍ତି । ଯାହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିବା ପରେ ସେ ପାକିସ୍ତାନ ଜିନ୍ଦାଭାଗ ଲେଖିଥିଲେ । ଯାହାକୁ ନେଇ ଅବଶ୍ୟ ତାଙ୍କୁ ସମାଲୋଚନ କରାଯାଇଥିଲା । ଏବେ ସେହ୍ୱାଗ କେତେକ ସ୍କ୍ରିନ ଶଟ ସହ ଏହାର କଡା ଜବାବ ଦେଇଛନ୍ତି । ୨୦୦୦ ପରଠାରୁ ଭାରତ ଶେଷ ୬ଟି ବିଶ୍ୱକପରେ ୨୦୦୭ ବ୍ୟତୀତ ଅନ୍ୟ ୫ଟିର ସେମିଫାଇନାଲରେ ପ୍ରବେଶ କରିଛି । ଅଥଚ ପାକିସ୍ତାନ ୨୦୧୧ରେ କେବଳ ସେମିକୁ ଉନ୍ନୀତ ହୋଇଥିଲା ।
In the 21st century there have been 6 ODI world cups.
In 6 attempts, only once in 2007 did we not qualify for the semi-finals and have qualified in 5 of the last 6 World cups. On the other hand only once have Pakistan qualified for the semis in 6 attempts in 2011.
And they come… pic.twitter.com/W7U67pBrFU— Virender Sehwag (@virendersehwag) November 11, 2023
ଏବେ ବଲ ବଦଳାଯିବାଠାରୁ ଆରମ୍ଭ କରି ପିଚକୁ ପାକିସ୍ତାନ ପକ୍ଷରୁ ଆଲୋଚନା କରାଯାଉଛି । ତାଙ୍କୁ ହରାଇବା ପରେ ଯଦି ଆମେ ଅନ୍ୟ କାହାଠାରୁ ପରାଜିତ ହେଲେ ତାଙ୍କ ପ୍ରଧାନମନ୍ତ୍ରୀ ଆମକୁ ସମାଲୋଚନା କରୁଛନ୍ତି । ଏଠାରେ ପଂହଚିବା ପରେ ଖେଳାଳିମାନେ ଆମ ସୈନିକଙ୍କୁ ଥଟ୍ଟା କରି ବ୍ୟଙ୍ଗ ଫଟୋ ଛାପୁଛନ୍ତି । ସେମାନେ ଘୃଣା ବଦଳରେ ଆମଠାରୁ ପ୍ରେମ ଚାହୁଁଛନ୍ତି । ଯିଏ ଆମକୁ ଭଲ ବ୍ୟବହାର ଦେଖାଏ ଆମେ ମଧ୍ୟ ତାଙ୍କୁ ସମ୍ମାନ ଦେଇଥାଉ । ଆଉ ଯିଏ ଖରାପ ବ୍ୟବହାର କରେ ତାକୁ ପଡିଆ ଭିତରେ ଓ ବାହାରେ ସୁଧ ସହିତ ଫେରାଇବା ମଧ୍ୟ ଆମକୁ ଜଣା ବୋଲି ସେହ୍ୱାଗ ଲେଖିଛନ୍ତି ।
Comments are closed.