Latest Odisha News

BREAKING NEWS

ଆରସିବିକୁ ଗରିବ କହିଲେ ଏହି ମହାନ ଖେଳାଳି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ ଜାରି ରଖିଛି । ତେବେ ଆରସିବିକୁ ବିଜୟକୁ ପ୍ରଶଂସା କରିବା ପରିବର୍ତ୍ତେ ପୂର୍ବତନ ମହାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଆରସିବି ପରି ଗରୀବ ଟିମକୁ ମଧ୍ୟ କିଛି ଦିନ ପଂଏଟ ଟେବୁଲର ଶୀର୍ଷରେ ରହିବାର ମଜା ଉଠାଇବାକୁ ଦିଆଯାଉ । ଫଟୋ ଉଠାଇ ଆନନ୍ଦିତ ହୁଅନ୍ତୁ । ସେମାନେ ଆଇପିଏଲ ଚାମ୍ପିୟନ ହେବାର ଆନନ୍ଦ ହାସଲ କରିପାରି ନାହାନ୍ତି । ଦେଖାଯାଏ ଏହି ଗରୀବ ଟିମ କେତେ ଦିନ ଶୀର୍ଷ ସ୍ଥାନ ବଜାୟ ରଖୁଛି ।

ସୂଚନାଯୋଗ୍ୟ ସେହ୍ୱାଗ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ହେଇଥିବା ସତ୍ୱେ କେବେ ହେଲେ ଚାମ୍ପିୟନ ଟିମର ସଦସ୍ୟ ହୋଇ ପାରି ନାହାନ୍ତି ।  ସେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ପକ୍ଷରୁ ମ୍ୟାଚ ଖେଳିଛନ୍ତି । ସେହ୍ୱାଗଙ୍କ ବୟାନକୁ ନେଇ ଆଲୋଚନା ହେବା ପରେ ସେ ଏହାର ପ୍ରକୃତ ଅର୍ଥ କହିଛନ୍ତି । ସେ କହିଛନ୍ତି ଅର୍ଥ ଦୃଷ୍ଟିକୋଣରୁ ସମସ୍ତ ଟିମ ଧନୀ । ଯେଉଁମାନେ ଆଇପିଏଲ ଟ୍ରଫି ହାତେଇ ପାରି ନାହାନ୍ତି ସେମାନଙ୍କୁ ଗରୀବ କହିଛନ୍ତି । ଆଇପିଏଲର ବର୍ତମାନ ଟିମଗୁଡିକ ମଧ୍ୟରେ କେବଳ ଆରସିବି, ପଞ୍ଜାବ କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ଟାଇଟଲ ହାସଲ କରିପାରି ନାହାନ୍ତି ।

Comments are closed.