ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ଦୀପାବଳୀ ଫଟୋ ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଫଟୋରେ ପତ୍ନୀ ଆରତୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ରହିଛନ୍ତି । ଯାହାକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି । ସେହ୍ୱାଗ ଓ ଆରତୀଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ମଧ୍ୟ କୁହାଯାଉଛି । ସେହ୍ୱାଗ ସୋସିଆଲ ମିଡିଆରେ ଏହି ଫଟୋ ଶେୟାର କରିଥିଲେ । ଏଥିରେ ତାଙ୍କ ମାଆ, ଦୁଇ ପୁଅ ଆର୍ଯ୍ୟବୀର ଓ ବେଦାନ୍ତ ମଧ୍ୟ ରହିଥିଲେ । ସେହ୍ୱାଗଙ୍କ ବନ୍ଧୁ ତଥା ପୂର୍ବତନ କ୍ରିକେଟର ତଥା ବିସିସିଆଇର ନୂଆ ସଭାପତି ମିଥୁନ ମନହାସଙ୍କ ସହ ଆରତୀଙ୍କ ବନ୍ଧୁତା ଏହି ତିକ୍ତତାର କାରଣ ବୋଲି ଅନୁମାନ କରାଯାଉଛି ।
ଏପରିକି ମିଥୁନଙ୍କ ପାଇଁ ଆରତୀ ପତି ସେହ୍ୱାଗଙ୍କୁ ଛାଡିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ସେହ୍ୱାଗ କିମ୍ବା ତାଙ୍କ ପତ୍ନୀ ଏ ସମ୍ପର୍କରେ କିଛି କହି ନାହାନ୍ତି । ଆଉ କିଛି ଦିନ ପରେ ଏହି ଖବରର ସତ୍ୟତା ଅବଶ୍ୟ ସମ୍ମୁଖକୁ ଆସିଯିବ । ଆରତୀ ଦୀପାବଳୀ ଅବସରରେ ନିଜ ଦୁଇ ପୁଅଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ବୀରେନ୍ଦ୍ର ନାହାନ୍ତି ।
Comments are closed.