Latest Odisha News

ପଞ୍ଚୁକରେ ଧବଳେଶ୍ୱରଙ୍କ ଭର୍ଚୁଆଲ୍ ଦର୍ଶନ

କଟକ : ପଞ୍ଚୁକରେ ଭର୍ଚୁଆଲ୍ ମୋଡ୍ ରେ ଦର୍ଶନ ଦେବେ ପ୍ରଭୁ ଧବଳେଶ୍ୱର । ଧବଳେଶ୍ୱର ମେଳା ବାତିଲ୍ ହେବା ପରେ ଦର୍ଶନ ପାଇଁ ମନଊଣା କରିଥିଲେ ଶ୍ରଦ୍ଧାଳୁ । ହେଲେ କଟକ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ଘୋଷଣା କରିଛି । ଭୋଳାନାଥଙ୍କ ଅନଲାଇନ୍ ଦର୍ଶନ ପାଇଁ ଏଲଇଡି ଲଗାଇବାକୁ ଯୋଜନା କରିଛି ପ୍ରଶାସନ । ପଞ୍ଚୁକ ପାଇଁ ଝୁଲା ପୋଲ ନିକଟରେ ଏହି ବଡ଼ ଏଲ୍ଇଡି ଖଞ୍ଜାଯିବ । ମନ୍ଦିରକୁ ପ୍ରବେଶ ନହେଲେ ବି ଭକ୍ତମାନେ ପୋଲ ନିକଟରେ ଗଜ ଭୋଗ ଓ ଅନ୍ୟ ପ୍ରସାଦ ପାଇପାରିବେ ।

BjdElectrycity

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଏହି ନିଷ୍ପତ୍ତି ନେଇଛନ୍ତି । ପୀଠକୁ ଯିବା ପାଇଁ ଥିବା ଝୁଲା ପୋଲ ବୁଲି ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରିଥିଲେ । ଭକ୍ତଙ୍କ ପାଇଁ ତାହା ବିପଦଶଙ୍କୁଳ ଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିଛି । ଏହାସହ ମରାମତି କାମ ଆରମ୍ଭ ପାଇଁ ପ୍ରସ୍ତୁତି କରିଛି ପ୍ରଶାସନ ।

Leave A Reply

Your email address will not be published.