Latest Odisha News

BREAKING NEWS

ଭାରତୀୟ ଛାତ୍ରଙ୍କୁ ଦେଶାନ୍ତର କରାଯିବ ନାହିଁ; ରୋକ୍ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଶାସନକୁ ଆସିବା ପରେ କ୍ରମାଗତ ଭାବରେ ବିଦେଶୀ ଛାତ୍ରଙ୍କ ଭିସା ବାତିଲ କରି ଦିଆଯାଉଛି। ଏହି ସମୟର ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଦେଶାନ୍ତର କରାଯାଉଥିବା ବେଳେ ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ମାଡିସନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜଣେ ଭାରତୀୟ ଛାତ୍ରଙ୍କ ନିର୍ବାସନକୁ ଗତ ଏପ୍ରିଲ ୧୫ ତାରିଖରେ ଆମେରିକୀୟ ବିଚାରପତି ୱିସ୍କନସିନ୍ ସ୍ଥଗିତାଦେଶ ଦେଇଛନ୍ତି।

ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରତୀୟ ଛାତ୍ରଙ୍କ ଭିସା ବାତିଲ କରାଯାଇପାରିବ ନାହିଁ। ଏଥିସହିତ ତାଙ୍କୁ ଗିରଫ କିମ୍ବା ଦେଶାନ୍ତର ମଧ୍ୟ କରାଯାଇପାରିବ ନାହିଁ। ତେବେ ସେ କମ୍ପ୍ୟୁଟର ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ର ଅଟନ୍ତି ଓ ଏହି ବର୍ଷ ମେ ମାସର ଆରମ୍ଭରେ ସେ ସ୍ନାତକ ହେବାକୁ ଯାଉଛନ୍ତି। ଆମେରିକାରେ ବର୍ତ୍ତମାନ ଛୋଟ ଛୋଟ ଅପରାଧ କରିଥିଲେ ମଧ୍ୟ ଛାତ୍ର ଭିସା ବାତିଲ କରାଯାଇ ସେମାନଙ୍କୁ ନିର୍ବାସିତ କରାଯାଉଛି।

ତେବେ ଆଡଭୋକେଟ୍ ଶବନମ୍ ଲୋଟଫି କୋର୍ଟଙ୍କୁ ଅସ୍ଥାୟୀ ସ୍ଥଗିତାଦେଶ ପାଇଁ ଅନୁରୋଧ କରିଥିଲେ କାରଣ ତାଙ୍କ SEVIS ରେକର୍ଡ ବିନା କୌଣସି ସୂଚନାରେ ବାତିଲ କରାଯାଇଥିଲା। ତାଙ୍କୁ କୌଣସି ସ୍ପଷ୍ଟୀକରଣ ଦେବାର ସୁଯୋଗ ମଧ୍ୟ ଦିଆଯାଇ ନଥିଲା ବୋଲି କୁହାଯାଇଛି। ତେବେ ତାଙ୍କୁ ୨୨ ନଭେମ୍ବର, ୨୦୨୪ରେ ଏକ ବାର୍ ବାହାରେ ଝଗଡ଼ା କରିବା ପାଇଁ ଗିରଫ କରାଯାଇଥିଲା। କିନ୍ତୁ ଡେନ୍ କାଉଣ୍ଟି ଜିଲ୍ଲା ଓକିଲ ଇସମାଏଲ୍ ଓଜାନ୍ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଦାଖଲ କରି ନଥିଲେ ଓ ତାଙ୍କୁ କୋର୍ଟ ରେ ହାଜର ହେବାକୁ ମଧ୍ୟ କେହି କହି ନଥିଲେ। ଏପରିକି ସେ ପୋଲିସ ସହିତ ମଧ୍ୟ କେବେ ସାକ୍ଷାତ କରିନାହାନ୍ତି। ଯାହାଫଳରେ ମାମଲା ସମାଧନ ହୋଇଯାଇଥିବା ସେ ଭାବି ନେଇଥିଲେ।

ଏହି ମାମଲାରେ ବିଚାରପତି କନଲି କହିଛନ୍ତି ଯେ ଛାତ୍ର ଜଣକ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଏହି ମାମଲାର ପରବର୍ତ୍ତୀ  ଶୁଣାଣି ଆସନ୍ତା ୨୮ ଏପ୍ରିଲରେ ହେବ।

Comments are closed.