Latest Odisha News

BREAKING NEWS

ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ

ମୁମ୍ବାଇ: ଭାରତର ଲୋକପ୍ରିୟ ଫିଲ୍ମ ଗାୟକ ଅରିଜିତ ସିଂ ଜାନୁୟାରୀ ୨୭ରେ ଆଗକୁ ଆଉ ଫିଲ୍ମରେ ଗୀତ ଗାଇବେ ନାହିଁ ବୋଲି ଘୋଷଣା କରିଛନ୍ତି । ଯାହାକି ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି । ନିକଟରେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ ବ୍ୟକ୍ତିଗତ ଭାବେ ଅରଜିତଙ୍କୁ ନିଷ୍ପତି ବଦଳାଇବା ପାଇଁ ଅନୁରୋଧ କରିଛନ୍ତି ।

ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ବିଶାଲ ଗୀତ ଗାଉଛନ୍ତି । ଡର ଲଗତା ହେ ତୁ ଜାନେ ବାଲା ହେ, ମୁଶେ ଇଶ୍କ ହୁଆ ହେ, ୟେ ହୋନେ ୱାଲା ହେ । କ୍ୟାପଶନରେ ବିଶାଲ ଲେଖିଛନ୍ତି ଆମେ କିଛି ଦିନ ତଳେ ଏକତ୍ର ବସି ଏହି ଗୀତକୁ ପ୍ରସ୍ତୁତ କରୁଥିଲୁ । ମୁଁ ଜାଣିଥିଲି ଅରଜିତଙ୍କ ସହ ଏହା ମୋର ଶେଷ ଫିଲ୍ମ ଗୀତ ହେବ । ମାତ୍ର ଏବେ ବି ତାଙ୍କର ନିଷ୍ପତିକୁ ଗ୍ରହଣ କରିପାରୁ ନାହିଁ । ଅରଜିତ ତୁମେ ପ୍ଲେ ବ୍ୟାକ ସିଙ୍ଗିଙ୍ଗକୁ ଫେରି ଆସ ବୋଲି ବିଶାଲ ଭାବପ୍ରବଣ ହୋଇ ଲେଖିଛନ୍ତି ।

Leave A Reply

Your email address will not be published.