Latest Odisha News

ଧୂମଧାମରେ ଶପଥ ନେଲେ ଛତିଶଗଡ-ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓ ମୋହନ ଯାଦବ

ନୂଆଦିଲ୍ଲୀ:ଛତିଶଗଡ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଷ୍ଣୁଦେଓ ସାଏ ଓ ମୋହନ ଯାଦବ । ୪ଥର ଲୋକ ସଭା ସାଂସଦ ଏବଂ ତିନି ଥର ବିଧାୟକ ଭାବେ ଜିତି ଆସିଥିବା ବିଷ୍ଣୁଦେଓ ସାଏଙ୍କ ମୁଣ୍ଡରେ ବନ୍ଧା ହେଲା ଛତିଶଗଡ ମୁକୁଟ । ସେହିପରି ରାଜ୍ୟ ଶାଖା ମୁଖ୍ୟ ଅରୁଣ ସାଓ ଏବଂ ବିଜୟ ବର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ । ଆଜି ରାୟପୁର ସାଇନ୍ସ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ ନେଇଥିଲେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହ ମନ୍ତ୍ରୀ ଅମିତ ଶାହ, ନୀତିନ ଗଡକରୀ, ରାମଦାସ ଅଟ୍ଟାୱା, ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା  ଉପସ୍ଥିତ ଥିଲେ ।

ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ବୁଧବାର ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ରାଜେନ୍ଦ୍ର ଶୁକ୍ଳା ଏବଂ ଜଗଦୀଶ ଦେବଡା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ମଧ୍ୟପ୍ରଦେଶର ଦକ୍ଷିଣ ଉଜ୍ଜୈନର ତିନି ତିନି ଥର ବିଧାୟକ ମୋହନ ଯାଦବ ହେଲେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ସେହିପରି ଏସସି ସଂପ୍ରଦାୟର ଦେବଡା ଏବଂ  ନିର୍ବିବାଦୀୟ ବ୍ରାହ୍ମଣ ସଂପ୍ରଦାୟର ଶୁକ୍ଳା ମଧ୍ୟ ପଦ ଏବ ଗୋପନୀୟତାର ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ ଶିବରାଜ ସିଂହ ଚୌହାନ ମଞ୍ଚକୁ ଆସିବାବେଳେ ମାମା..ମାମା ଶବ୍ଦରେ ସମାରୋହ ସ୍ଥଳୀ କମ୍ପୁଥିଲା । ସେହିପରି  ପ୍ରଧାନମନ୍ତ୍ରୀ ଆସିବାବେଳେ ମୋଦି ମୋଦି ନାରାରେ ମଧ୍ୟ ଘଟଣାସ୍ଥଳ ପ୍ରକମ୍ପିତ ହେଉଥିଲା । ମଧ୍ୟ ପ୍ରଦେଶ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ ।

Comments are closed.