ମୁମ୍ବାଇ: ଭିଟାମିନ୍-କେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ହାର୍ଟ ଏବଂ ହାଡ ପାଇଁ ବେଶ୍ ଲାଭଦାୟକ ଅଟେ । ମୁଖ୍ୟତଃ ଫୁସଫୁସ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଏହା ଶରୀରର ବିଭିନ୍ନ ସ୍ଥାନକୁ ଅମ୍ଳଜାନ ବିତରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ମାତ୍ର ଖରାପ ଜୀବନଶୈଳୀ ଏବଂ ପ୍ରଦୂଷଣ ଯୋଗୁଁ ଫୁସଫୁସ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ଆଜମା , ଇନଫ୍ଲୁଏନଜା, ନିମୋନିଆ, ଯକ୍ଷ୍ମା , ଫୁସଫୁସ କର୍କଟ ଭଳି ଅନେକ ରୋଗର ଆଶଙ୍କା ବଢିବାରେ ଲାଗିଛି। ଯଦିଓ ଏହି ରୋଗ କୌଣସି ବି ବୟସରେ ହୋଇପାରେ । କିନ୍ତୁ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଭିଟାମିନ-କେ ଅଭାବରୁ ଫୁସଫୁସ ସମ୍ବନ୍ଧୀୟ ରୋଗ ହେବାର ଅଧିକ ଆଶଙ୍କା ରହିଛି । ଭିଟାମିନ-କେ ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବା ଦ୍ବାରା ଏହା ଫୁସଫୁସକୁ ସୁସ୍ଥ କରିପାରେ । ଭିଟାମିନ-କେ ହେଉଛି ଫୁସଫୁସର ଅମ୍ଳଜାନ ।
ଯେତେବେଳେ ରକ୍ତରେ ଭିଟାମିନ-କେ କମ ଥାଏ, ସେତେବେଳେ ଫୁସଫୁସର କାର୍ଯ୍ୟ କରିବାର କ୍ଷମତା ପ୍ରଭାବିତ ହୁଏ | କିଛି ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ ଶରୀରରେ ଭିଟାମିନ-କେର ଅଭାବ ଫୁସଫୁସକୁ ଅସୁସ୍ଥ କରିପାରେ। ଯେଉଁମାନଙ୍କ ଶରୀରରେ ଭିଟାମିନ-କେ କମ ଥାଏ, ସେମାନଙ୍କଠାରେ ଫୁସଫୁସଜନିତ ରୋଗ ହେବାର ଆଶଙ୍କା ଅଧିକ ଦେଖାଯାଏ। ରକ୍ତରେ ଭିଟାମିନ-କେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯେଉଁମାନଙ୍କର ରକ୍ତରେ ଭିଟାମିନ୍-କେ କମ ଥାଏ, ସେମାନଙ୍କ ଫୁସଫୁସ ନଷ୍ଟ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ ।
Comments are closed.