Latest Odisha News

BREAKING NEWS

୧.୫୫ କୋଟି ଟଙ୍କା ଠକେଇର ଶିକାର ହେଲେ ବିବେକ ଓବରୟ

ମୁମ୍ବାଇ: ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ । ତାଙ୍କ ବିଜନେସ ପାର୍ଟନର ୧.୫୫ କୋଟି ଟଙ୍କାର ଠକେଇ କରିଥିବା ଜଣାଯାଇଛି । ଏ ନେଇ ବିବେକଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ପୋଲିସ ସୂତ୍ରରୁ ଜଣାଯାଇଛି ଯେ, ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ୩ ଜଣ ବ୍ୟକ୍ତି ୧.୫୫ କୋଟି ଟଙ୍କା ଠକିଛନ୍ତି । ଏହି ତିନି ଜଣ ଅଭିନେତାଙ୍କର ବ୍ୟବସାୟିକ ଅଂଶୀଦାର ଥିଲେ । ସେମାନେ ବିବେକଙ୍କୁ ଇଭେଣ୍ଟ ଓ ଫିଲ୍ମ ନିର୍ମାଣ ଫାର୍ମରେ ଭଲ ରିଟର୍ନର କଥା ଦେଇ ଟଙ୍କା ନିବେଶ କରିବାକୁ କହିଥିଲେ । ହେଲେ ଏମାନେ ଉକ୍ତ ଅର୍ଥକୁ ନିଜ କାମରେ ଲଗାଇଥିଲେ । ପୋଲିସ ଅଭିଯୋଗ ଗ୍ରହଣ କରିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି ।

Leave A Reply

Your email address will not be published.