Latest Odisha News

BREAKING NEWS

ହାରିବା ଭୟରେ କହୁଛନ୍ତି ଆମେ ୟୁନିଭରସିଟି କରିବୁ, ୧୦ ବର୍ଷ ହେବ ଥିଲେ କୋଉଠି: ପାଣ୍ଡିଆନ

ଭଦ୍ରକ: ଗତଥର ଯାହାକୁ ସାଂସଦ କରିଥିଲେ, ସେ ଆପଣଙ୍କ ସୁଖଦୁଃଖରେ ସାମିଲ ହେଲେ କି? ଏବେ ହାରିବା ଭୟରେ ସେମାନେ ଆସି କହୁଛନ୍ତି ଆମେ ୟୁନିଭରସିଟି କରିବୁ । ୧୦ ବର୍ଷ କ୍ଷମତାରେ ଥିଲେ ଚାହିଁଥିଲେ ଆଗରୁ କରିପାରିଥାନ୍ତେ । ଓଡ଼ିଶାରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ହୋଇଛନ୍ତି, ସେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଇନଷ୍ଟିଚ୍ୟୁଟ କରିଛନ୍ତି କି ବୋଲି ଭଦ୍ରକର ବସ୍ତା ଏବଂ ଭୋଗରାଇ ଜନସଭାରେ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ।

ଭୋଗରାଇ ସାଧାରଣ ସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି ଯେ, ବିଜେପି ଦଳ ମେନିଫେଷ୍ଟୋରେ ଯୁବପିଢ଼ି ପାଇଁ କ’ଣ ରଖିଛନ୍ତି? କ୍ଷମତାକୁ ଆସିଲେ ଏମାନେ ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇଯିବେ । ଆମେ କିନ୍ତୁ କଥାରେ ନୁହେଁ କାମରେ ବିଶ୍ୱାସ କରିବା ଲୋକ । ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ଆମେ କାମ କରୁଛୁ । ନୂଆ-ଓ କାର୍ଯ୍ୟକ୍ରମରେ କଲେଜରେ ପଢ଼ୁଥିବା ସବୁ ଛାତ୍ର ପାଇବେ ୧୨ ହଜାର, ଛାତ୍ରୀ ପାଇବେ ୧୪ ହଜାର ଟଙ୍କା । ଅନନ୍ତ ଦାସ ବିଜୁ ଜନତା ଦଳର ବରିଷ୍ଠ ନେତା, ସେ ଭୋଗରାଇ ପାଇଁ ବହୁତ କାମ କରିଛନ୍ତି, ଆମେ ତାଙ୍କୁ ସମ୍ମାନ ଜଣାଇବା । ଯାହା ବି ଅଧୁରା କାମ ରହିଛି ଗୌତମ ବାବୁ ତାକୁ ପୁରା କରିବେ ବୋଲି କହିଛନ୍ତି ପାଣ୍ଡିଆନ ।

ସେହିପରି ବସ୍ତାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି ଯେ, ବାହାରୁ ନେତା ଆସି କହୁଛନ୍ତି କେନ୍ଦ୍ରାପଡ଼ାରେ, ଜଗତସିଂହପୁରରେ ଓ ଭଦ୍ରକରେ ମେଡିକାଲ କଲେଜ କରିବେ । ଏବେ ହାରିବା ଭୟରେ ସେମାନେ ଆସି କହୁଛନ୍ତି ଆମେ ୟୁନିଭରସିଟି କରିବୁ, ୧୦ ବର୍ଷ କ୍ଷମତାରେ ଥିଲେ ଚାହିଁଥିଲେ ଆଗରୁ କରିପାରିଥାନ୍ତେ, ଓଡ଼ିଶାରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ହୋଇଛନ୍ତି, ସେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଇନଷ୍ଟିଚ୍ୟୁଟ କରିଛନ୍ତି କି? ୧୦ ବର୍ଷ ହେଲା କେନ୍ଦ୍ର ସରକାର କ’ଣ କରୁଥିଲେ? କାହିଁକି ସେମାନେ ଶୋଇଥିଲେ? ୟୁନିଭରସିଟି ସ୍ଥାପନ କରିବା ତାଙ୍କ କ୍ଷମତା ଭିତରେ ଅଛି ।

ବିରୋଧି କହୁଛନ୍ତି କେମିକାଲ ପ୍ଲାଣ୍ଟ ପାଇଁ ଆପଣମାନେ ବିସ୍ତାପିତ ହେବେ । ମୁଁ ଏଠାରେ କହି ରଖୁଛି ଯେ, କେମିକାଲ ପ୍ଲାଣ୍ଟ ପାଇଁ ଜଣେ ବି ବିସ୍ତାପିତ ହେବେ ନାହିଁ, ଏହା ନବୀନ ଗ୍ୟାରେଣ୍ଟି । ବାହାରୁ ଆସୁଥିବା ନେତା ଆସି ବଡ଼ ବଡ଼ କଥା କହୁଛନ୍ତି । ନବୀନ ବାବୁଙ୍କ ମାଗଣା ବିଜୁଳି କଥା ଶୁଣି ବିରୋଧିଙ୍କୁ କରେଣ୍ଟ ଲାଗିଯାଇଛି । ଏବେ କହୁଛନ୍ତି ମାଗଣା ବିଜୁଳି ଦେବେ । ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବେ ତାପରେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ ।ଦିନରେ ଲଣ୍ଠନ ଦେଖାଉଛନ୍ତି ଏମାନେ । କର୍ମୀମାନଙ୍କୁ ଉତ୍ସାହିତ କରି ପାଣ୍ଡିଆନ କହିଛନ୍ତି ଯେ, ଆଗାମୀ ୩ ଦିନ କଠିନ ପରିଶ୍ରମ କରନ୍ତୁ । ବିଜେପି ଦଳ ଆସି ମିଛ କଥା କହିବ, ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବ, ଅପପ୍ରଚାର କରିବେ । ଆପଣମାନେ ତା’ର ଦୃଢ଼ ଜବାବ ଦିଅନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ ।

 

Comments are closed.