Latest Odisha News

୨୪ ନିର୍ବାଚନରେ ପାଣ୍ଡିଆନ ହେବେ ମୁଖ୍ୟମନ୍ତ୍ରୀ; ଗିରିରାଜ ସିଂ

ନବୀନ ବାବୁଙ୍କୁ ୭୭ ବର୍ଷ ହେଲାଣି । ଏଥର ସେ ଶାସନଭାର ଛାଡିବେ ।

ସମ୍ବଲପୁର:  ନିର୍ବାଚନୀ ମହାସମରରେ ପୂରା ଆକ୍ସନ ମୋଡରେ ବିଜେପି ନେତା । ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ବିଜେପି ନେତା ଓଡିଶା ଆସି ନବୀନ ସରକାରଙ୍କୁ କରିଛନ୍ତି ନିଶାନା । ଏଥର ଡବଲ ଇଞ୍ଜିନ ସରକାର ନାରାରେ ବିଜେଡି ସରକାର ହଟିବ ବୋଲି ଦୃଢୋକ୍ତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଓ ବିଜେପି ମୁଖ୍ୟମନ୍ତ୍ରୀ ସମେତ ସମସ୍ତ ବିଜେପି ନେତା, ନବୀନ ସରକାର ଓ ତାଙ୍କ ବ୍ୟବସ୍ଥାକୁ ପୂରା ପ୍ରଶ୍ନର କାଠଗଡାରେ ଛିଡା କରିଦେଇଛନ୍ତି । ସେପଟେ ବିଜେଡି ନେତା ଭି.କେ ପାଣ୍ଡିଆନ ଓ୍ବାନ ମ୍ୟାନ ଆର୍ମି ହୋଇ ଏସବୁ ର ଉତ୍ତର ରଖିଚାଲିଛନ୍ତି ।

ଏହାରି ଭିତରେ ଏବେ ଓଡିଶା ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଆଜି ସମ୍ବଲପୁରରେ ଲୋକସଭା କ୍ଷେତ୍ରରେ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ‘ଓଡିଶାରେ ସରକାର ବଦଳିବାକୁ ଯାଉଛି । ବିଜେପି ସରକାର ଗଢିବାକୁ ଯାଉଛି । ନବୀନ ବାବୁଙ୍କୁ ୭୭ ବର୍ଷ ହେଲାଣି । ଏଥର ସେ ଶାସନଭାର ଛାଡିବେ । ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ।’

ଏସବୁକୁ ଓଡିଶାବାସୀ ବିରୋଧ କରିବା ଉଚିତ୍  । ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାର ପୁଅ ହେବା ଉଚିତ୍ । ଦେଶରେ ୪୦୦ ପାର୍ ହେବା ପରେ ବିଜେପି ସରକାର ହେବ । ଆଗାମୀ ଦିନରେ ଓଡିଶାରେ ବି ବିଜେପି ସରକାର ଗଢିବ । ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ଗିରିରାଜ ।

ଆହୁରି ମଧ୍ୟ ଓଡିଶାରେ କିଛି ଶାସନ ଚାଲିନାହିଁ ବୋଲି କହିଛନ୍ତି ଗିରିରାଜ । ନବୀନ ବାବୁ ନଜରବନ୍ଦୀ ଅଛନ୍ତି। ସେ କେବଳ ଆସନ୍ତି, ୨ମିନିଟ କୁହନ୍ତି, ତାପରେ ପଳାନ୍ତି । ସେଥିପାଇଁ ଓଡିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ଏଠି ବିଜେପି ସରକାର ଆସିବା ଦରକାର ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଆଜି  ସମ୍ବଲପୁର ଭୂତାପଡା, କ୍ଷେତରାଜପୁର, ହୀରାକୁଦ ଓ ବୁର୍ଲାରେ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କରିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ।

Leave A Reply

Your email address will not be published.