Latest Odisha News

BREAKING NEWS

ଦୀପାବଳୀରେ ହିଟ ହେଲା ଭୋକାଲ ଫର ଲୋକାଲ

ନୂଆଦିଲ୍ଲୀ: ଦୀପାବଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର ଲୋକାଲ ଅନୁରୋଧ ହିଟ ହୋଇଯାଇଛି । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ମୂଖ୍ୟ ପ୍ରବୀଣ ଖଣ୍ଡୱାଲାଙ୍କ ମତରେ ଦେଶରେ ଏଥର ୩.୭୫ ଲକ୍ଷ କୋଟି ଟଙ୍କାର ସ୍ୱଦେଶୀ କାରୋବାର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ଦେଶବାସୀ ଗ୍ରହଣ କରିବା ସହ ଚୀନକୁ ବୟକଟ କରିଛନ୍ତି । ରିପୋର୍ଟ ମୁତାବକ ଚୀନର ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ଏପରିକି ଗୋବର୍ଦ୍ଧନ ପୂଜା, ଭୈୟା ଦୁଜ, ଛଠ ପୂଜା ଓ ତୁଳସୀ ବିବାହରେ ମଧ୍ୟ ଭୋକାଲ ଫର ଲୋକାଲର ଟ୍ରେଣ୍ଡ ରହିଛି । ଆଗକୁ ଆହୁରି ୫୦ ହଜାର କୋଟି ଟଙ୍କାର ବ୍ୟାପାର ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ଦୀପାବଳୀ ଅବସରରେ ଚୀନର ୭୦ ପ୍ରତିଶତ ପଦାର୍ଥ ବଜାରରେ ଉପଲବ୍ଧ ହେଉଥିଲା । ଏବେ ଦିନକୁ ଦିନ ଏହାର ମାତ୍ରା କମିବାରେ ଲାଗିଛି ।

ଦେଶବାସୀ ନିଜ ଦେଶର ଉତ୍ପାଦକୁ ଗୁରୁତ୍ୱ ଦେବା ବହୁତ ବଡ କଥା ବୋଲି ପ୍ରବୀଣ କହିଛନ୍ତି । ଖାଦ୍ୟ ଏବଂ ଗ୍ରୋସେରୀ ସାମଗ୍ରୀରେ ସର୍ବାଧିକ ୧୩ ପ୍ରତିଶତ କାରୋବାର ହୋଇଥିଲା । ଗହଣାରେ ୯ ପ୍ରତିଶତ, ବସ୍ତ୍ରରେ ୧୨ ପ୍ରତିଶତ, ଡ୍ରାଇଫ୍ରୁଟ ଓ ମିଠାଇରେ ୪ ପ୍ରତିଶତ, ଘରକୁ ସାଜସଜ୍ଜା ସାମଗ୍ରୀରେ ୩ ପ୍ରତିଶତ, କସମେଟିକ୍ସରେ ୩ ପ୍ରତିଶତ, ଇଲେକ୍ଟ୍ରୋନିକ୍ସ ଓ ମୋବାଇଲରେ ୮ ପ୍ରତିଶତ, ପୂଜନ ସାମଗ୍ରୀରେ ୩ ପ୍ରତିଶତ ଓ ଅନ୍ୟ କ୍ଷେତ୍ରରେ ୩୦ ପ୍ରତିଶତରୁ ଅଧିକ କାରୋବୋର ହୋଇଥିଲଶ ।

Comments are closed.