Latest Odisha News

BREAKING NEWS

ଜିଓ ପରେ ଅନ୍ୟ କେଉଁସବୁ କମ୍ପାନୀର ସେବା ହେଲା ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ: କିଛିଦିନ ତଳେ ଟେଲିକମ ସଂସ୍ଥା ଜିଓ ଏହାର ସେବାରେ ହଠାତ ପରିବର୍ତ୍ତନ ଆଣି ଚମକେଇ ଦେଇଥିଲା ଏହାପରେ ଏବେ ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଟେରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି ।

ଭୋଡାଫୋନ-ଆଇଡିଆ ଓ  ଏୟାରଟେଲ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ ଆସନ୍ତା ଡିସେମ୍ୱର ୧ ତାରିଖରୁ କମ୍ପାନୀ ଟେରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି। ଯାହାର ପ୍ରଭାବ କମ୍ପାନୀର ୩୨ କୋଟି ଗ୍ରାହକଙ୍କ ଉପରେ ପଡିବ ।

ତେବେ ଏହି ଟେରିଫ ପ୍ଲାନରେ କେତେ ପ୍ରତିଶତ ଅବା କେତେ ଟଙ୍କା ବୃଦ୍ଧି ହେବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇ ନାହିଁ । କିନ୍ତୁ ଡାଟା ପ୍ଲାନର ମୂଲ୍ୟରେ ବୃଦ୍ଧି ହୋଇପାରେ ଅନୁମାନ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଭୋଡାଫୋନ-ଆଇଡିଆ ଏହି ନିଷ୍ପତ୍ତି ଏନଜିଆରର ଦେୟକୁ ନେଇ କରିଛି ଯେଉଁଥିରେ ସୁପ୍ରିମକୋର୍ଟ କମ୍ପାନୀ ଗୁଡିକୁ ୯୦ ଦିନ ଭିତରେ ୪୪,୨୦୦ କୋଟି ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଏୟାରଟେଲକୁ ୭୪,୦୦୦ କୋଟି ହଜାର କୋଟି ଟଙ୍କା ପଇଠ  କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.