Latest Odisha News

BREAKING NEWS

ଭୋଟର ପରିଚୟପତ୍ର ସହ ସଂଯୋଗ କରାଯିବ ଆଧାର କାର୍ଡ

ନୂଆଦିଲ୍ଲୀ : ଭୋଟର ପରିଚୟପତ୍ର ସହ ସଂଯୋଗ କରାଯିବ ଆଧାର କାର୍ଡ । ନିର୍ବାଚନୀ ସଂସ୍କାର ପାଇଁ ୨୦୧୯ରୁ ଏଭଳି ପ୍ରସ୍ତାବ ଭାରତୀୟ ନିର୍ବାଚନ କମିଶନ ଦେଇଥିବା ବେଳେ, କେନ୍ଦ୍ର କ୍ୟାବିନେଟ ଏହା ଉପରେ ମୋହର ମାରିଛି । ଏହାଦ୍ବାରା ନକଲି ଭୋଟରଙ୍କ ଉପରେ ଅଙ୍କୁଶ ଲାଗିବ । ଖାଲି ସେତିକୁ ନୁହେଁ, ଜାଲିଆତି କରି ଗୋଟିଏ ନାଁରେ ଦୁଇଟି ଜାଗାରେ ଭୋଟ ଦେଇ ପାରିବେ ନାହିଁ ଭୋଟର ।

ସେହିପରି ପୂର୍ବରୁ ୧୮ ବର୍ଷରେ ପାଦ ଦେଉଥିବା ନୂଆ ଭୋଟରଙ୍କ ପାଇଁ ବର୍ଷକରେ ଥରେ ପଞ୍ଜୀକରଣର ସୁଯୋଗ ମିଳୁଥିଲା । ନୂଆ ବ୍ୟବସ୍ଥାରେ ବର୍ଷକୁ ୪ ଥର ନୂଆ ଭୋଟର ପଞ୍ଜୀକରଣ କରିପାରିବେ । କ୍ୟାବିନେଟ ଅନୁମୋଦନ ପରେ ଜନପ୍ରତିନିଧି ଆଇନ ୧୯୫୧ ଏବଂ ଆଧାର ଆଇନ ୨୦୧୬ ସଂଶୋଧନ ପାଇଁ ସଂସଦର ଚଳିତ ଅଧିବେଶନରେ ବିଲ୍ ଆସିବ । ତେବେ ଆଧାର କାର୍ଡ-ଭୋଟର ପରିଚୟପତ୍ର ଲିଙ୍କକୁ ବାଧ୍ୟତାମୂଳକ କରାଯାଇନାହିଁ ।

Comments are closed.