Latest Odisha News

BREAKING NEWS

ଶୃଙ୍ଖଳିତ ଭାବେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ଦିନ ୯ଟା ସୁଦ୍ଧା ୯. ୨୫ ପ୍ରତିଶତ ମତଦାନ ଗ୍ରହଣ

ଭୁବନେଶ୍ବର: ଆଜି ଭୋଟ ଦେଉଛି  ଓଡିଶା । ଶୃଙ୍ଖଳିତ ଭାବେ ରାଜ୍ୟର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ ଦାନ । ଦିନ ୯ଟା ସୁଦ୍ଧା ମୋଟ୍ ୯.୨୫ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ସକାଳ ୯ଟା ସୁଦ୍ଧା କୋରାପୁଟ ସବୁଠୁ ଅଧିକ ଅର୍ଥାତ ୧୩.୧୨ ପ୍ରତିଶତ ଭୋଟ ଗ୍ରହଣ କରିଛି । ଗଞ୍ଜାମରେ ସବୁଠୁ କମ୍ ଅର୍ଥାତ ୬.୮୧ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ଏଥିସହିତ ଗଜପତିରେ ୧୦.୨ ପ୍ରତିଶତ, କଳାହାଣ୍ଡିରେ ୯.୦୬ ପ୍ରତିଶତ, ନବରଙ୍ଗପୁରରେ ୮.୮୭ ପ୍ରତିଶତ, ନୂଆପଡାରେ ୯.୯୮ ପ୍ରତିଶତ ଏବଂ ରାୟଗଡାରେ ୭.୫୨ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି ।

କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅଧିନସ୍ଥ ୨୮ ଟି ବିଧାନସଭା ଆସନରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଯାହା ସନ୍ଧ୍ୟା ୬ଟା ଯାଏଁ ଗ୍ରହଣ କରାଯିବ । ତେବେ ମାଓ ଇଲାକାରେ ଏହା ଦିନ ୪ଟା ଯାଏଁ ଚାଲିବ । ଏଥିପାଇଁ ମୋଟ ୭୩୦୩ଟି ମତଦାନ କେନ୍ଦ୍ର କରାଯାଇଛି । ତେବେ ଆଜି ଅନେକ ହେବିୱେଟ୍ ନେତା ତଥା ପିସିସି ସଭାପତି ଶରତ ପଟ୍ଟନାୟକ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ ପାଣିଗ୍ରାହୀ, ରାଣୀ ମାଳବିକା ଦେବୀ ଇତ୍ୟାଦିଙ୍କ ଭାଗ୍ୟ ପରୀକ୍ଷା ଚାଲିଛି ।

ଆହୁରି ମଧ୍ୟ ଦେଶରେ ଚାଲିଛି ୪ର୍ଥ ପର୍ଯ୍ୟାୟ ଭୋଟ ଦାନ । ୯୬ଟି ସଂସଦୀୟ କ୍ଷେତ୍ରରେ ମୋଟ ୧୭୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଆନ୍ଧ୍ରପ୍ରଦେଶରେ ୨୫ଟି ଆସନ, ତେଲେଙ୍ଗାନାର ୧୭ଟି ଆସନ, ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶର ୮ଟି, ବିହାରର ୫ଟି , ଜମ୍ମୁ-କଶ୍ମୀରରର ଗୋଟିଏ ଏବଂ ଝାଡଖଣ୍ଡ ଓ ଓଡିଶାର ୪ଟି ଲେଖାଏଁ ଆସନରେ ମତଦାନ ଗ୍ରହଣ କରାଯାଉଛି । ଯାହା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ଶେଷ ହେବ । ତେବେ ଏହା ସହିତ ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମଧ୍ୟ ମତଦାନ ଆରମ୍ଭ ହୋଇଛି।

Leave A Reply

Your email address will not be published.