Latest Odisha News

BREAKING NEWS

[ଭିଡିଓ] ନିମାପଡାରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ ଗାଁ ଲୋକ

ନିମାପଡା : ପୁଣି ହଟ୍ଟହଟ୍ଟା ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ଘାଇଲା ହେଇଗଲେ ଲୋକମାନଙ୍କ ପ୍ରଶ୍ନ ବାଣରେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନିମାପଡା ନିର୍ବାଚନ ମଣ୍ଡଳୀର ଏକ ଗାଁ ଭିତରେ । ଦେଇଥିବା ପ୍ରତିଶ୍ରୁତି ସବୁ କୁଆଡେ ଗଲା ବୋଲି ଭୋଟର ମାନେ ପ୍ରଶ୍ନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀଙ୍କୁ । କାମ କାଇଁ ହେଉନି । ଏପରି ଅନେକ ପ୍ରଶ୍ନ କରିଥିଲେ ଲୋକମାନେ ।

ମନ୍ତ୍ରୀ ମଧ୍ୟ ଝାଳ ନାଳ ହୋଇଯାଇଥିଲେ ଲୋକମାନଙ୍କ ପ୍ରଶ୍ନରେ । ବହୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ ମନ୍ତ୍ରୀ । ହେଲେ ଲୋକ ବୁଝିନଥିଲେ । ଫଳରେ ଦୀର୍ଘ ସମୟ ଧରି ମନ୍ତ୍ରୀ ଓ ଭୋଟରଙ୍କ ମଧ୍ୟରେ ଯୁକ୍ତି ତର୍କ ଲାଗି ରହିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ସମୟରେ ମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନ ବାଣରେ ହଟ୍ଟହଟ୍ଟା ହୋଇଛନ୍ତି ।

Comments are closed, but trackbacks and pingbacks are open.