Latest Odisha News

BREAKING NEWS

ଭୋଟ୍ ଦେଉଛି ଧାମନଗର; ସକାଳ ୯ ସୁଦ୍ଧା ୧୦.୨୫%

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ଆଜି ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ  ୧ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର ଅଛନ୍ତି।

ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ଗ୍ରହଣ ହେଉଛି । ଉପନିର୍ବାଚନ ମଇଦାନକୁ ୫ଜଣ ପ୍ରାର୍ଥୀ ଓହ୍ଲାଇଛନ୍ତି । ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଅବନ୍ତୀ ଦାସ(ବିଜେଡି), ସୂର୍ଯ୍ୟବଂଶୀ ସୁରଜ(ବିଜେପି), ବାବା ହରେକୃଷ୍ଣ ସେଠୀ(କଂଗ୍ରେସ), ରାଜେନ୍ଦ୍ର କୁମାର ଦାସ(ସ୍ୱାଧୀନ) ଓ ପବିତ୍ର ମୋହନ ଦାସ(ସ୍ୱାଧୀନ)ଙ୍କ ମଧ୍ୟରୁ କିଏ ବାଜିମାତ୍ କରିବ, ସେନେଇ ଚର୍ଚ୍ଚା ଜୋର ଧରିଛି ।

ଏଠାରେ ମୋଟ୍ ୨୫୨ଟି ବୁଥ୍ ଥିବାବେଳେ ଏହା ମଧ୍ୟରୁ ରହିଛି ୧୧୦ଟି ସମ୍ବେଦନଶୀଳ ବୁଥ୍ । ୧୫ଟି ମଡେଲ ବୁଥ୍‌ ଓ ୫ଟି ପିଙ୍କ୍ ବୁଥ୍ କରାଯାଇଛି। ସେଥିମଧ୍ୟରୁ ୧୨୬ଟିରେ ୱେବ୍‌ କାଷ୍ଟିଂ ହେବ। ନିୟୋଜିତ ହୋଇଛନ୍ତି ୨୫ ମାଇକ୍ରୋ ଅବ୍‌ଜରଭର୍‌  ।

ସେହିପରି ଭୋଟ୍ ନସରିବା ଯାଏଁ ଏକ୍‌ଜିଟ୍‌ ପୋଲକୁ ବ୍ୟାନ୍ କରାଯାଇଛି । ତେବେ ନିଯମ ଖିଲାପକାରୀଙ୍କୁ ଗିରଫ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଭୋଟର ପରିଚୟ ପତ୍ର ନଥିଲେ ମଧ୍ୟ ଅନ୍ୟାନ୍ୟ ୧୨ଟି ଡକ୍ୟୁମେଣ୍ଟ ଦେଖାଇ  ମତଦାନ କରିପାରିବେ ଭୋଟର । ରିଗିଂ ଆଶଙ୍କାରେ ୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭୋଟ୍ ଗ୍ରହଣ ଶେଷ ନହେବା ଯାଏଁ ମଦ ବିକ୍ରି ଉପରେ ରୋକ୍ ଲଗାଯାଇଛି ।

Leave A Reply

Your email address will not be published.