Latest Odisha News

BREAKING NEWS

କରୋନାରେ ଅଧ୍ୟାପିକାଙ୍କ ସ୍ୱାମୀ ମୃତ; ଭିସୁଟ୍ ସଟଡାଉନ

ସମ୍ବଲପୁର: କରୋନା ସଂକ୍ରମଣରେ ଜଣେ ଅଧ୍ୟାପିକାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମଙ୍ଗଳବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ) ଗୋଟିଏ ଦିନ ପାଇଁ ବନ୍ଦ ରହିଛି।

ସୂଚନାନୁସାରେ, ମୃତକ ଜଣକ ଅନୁଗୁଳର ନାଲକୋରେ ଜଣେ ବରିଷ୍ଠ ଅଧିକାରୀ ଭାବରେ କାର‌୍ୟ୍ୟ କରୁଥିଲେ। ସେ ଗତକାଲି ଅପରାହ୍ନରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ନିକଟ ଅତୀତରେ ସେ ତାଙ୍କ ଶାଶୁଙ୍କର କ ଶେଷକୃତ୍ୟରେ ସାମିଲ ହେବା ପାଇଁ କରୋନା ହଟସ୍ପଟ୍ ଭାବେ ପରିଚିତ ଗଞ୍ଜାମ ଗସ୍ତ କରିଥିଲେ।

କଣ୍ଟାକ୍ଟ ଟ୍ରେନିଂ ଚାଲିଥିବା ବେଳେ କରୋନା ପରୀକ୍ଷା ପାଇଁ ଅଧ୍ୟାପିକାଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଛି।

ଦିନକର ସଟଡାଉନ ପରେ ଏହି ବନ୍ଦକୁ ବଢାଇବା ସମ୍ପର୍କରେ ଅଧିକାରୀମାନେ ନିଷ୍ପତ୍ତି ନେବେ ବୋଲି ସୁତ୍ରରୁ ପ୍ରକାଶ।

Comments are closed.