Latest Odisha News

ଏନସିଏ ମୂଖ୍ୟ ପଦରେ ରହିବେ ଲକ୍ଷ୍ମଣ

ନୂଆଦିଲ୍ଲୀ: ଭାରତର ପୂର୍ବ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୂଖ୍ୟ ଦାୟିତ୍ୱ ତୁଲାଇବେ । ଆଇପିଏଲର ଏକ ଟିମ ପକ୍ଷରୁ ତାଙ୍କୁ କୋଚ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଫଳରେ ସେ ଏନସିଏ ଦାୟିତ୍ୱ ଛାଡିବେ ବୋଲି ଅନୁମାନ କରାଯାଉଥିଲା । ଏବେ ଏଥିରେ ବିରାମ ଘଟିଛି । ଲକ୍ଷ୍ମଣ ପୂର୍ବ ଭଳି ଏନସିଏ ମୂଖ୍ୟ ଭାବେ କାର୍ଯ୍ୟ ତୁଲାଇବେ । ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କ ୩ ବର୍ଷ ଚୁକ୍ତି ମିଆଦ ଶେଷ ହେବ । ବର୍ତମାନ ସେ ଆହୁରି ଅଧିକ ଏକ ବର୍ଷ ଏହି ଦାୟିତ୍ୱ ତୁଲାଇବେ ।

ଏନସିଏରେ ଲକ୍ଷ୍ମଣଙ୍କ ବ୍ୟତୀତ ଶିଂତାଶୁ କୋଟାକ, ସାଇରାଜ ବହୁତଲେ, ହ୍ରିଷିକେଶ କାନିତକର ପରି ପୂର୍ବତନ କ୍ରିକେଟର କୋଚ ଦାୟିତ୍ୱ ତୁଲାଉଛନ୍ତି । ଖୁବ ଶୀଘ୍ର ଏନସିଏ ନୂତନ କ୍ୟାମ୍ପସ ଶିଫ୍ଟ କରାଯିବ । ଏଥିରେ ଅନେକ ଅତ୍ୟାଧୂନିକ ସୁବିଧା ସୁଯୋଗ ରହିଛି । ସୂଚନାଯୋଗ୍ୟ ଲକ୍ଷ୍ମଣଙ୍କ ପୂର୍ବରୁ ରାହୁଲ ଡ୍ରାଭିଡ ଏହି ଦାୟିତ୍ୱ ତୁଲାଇଥିଲେ ।

Comments are closed.