Latest Odisha News

ବ୍ୟାସନଗର ମ୍ୟୁନିସିପାଲିଟିର ଅଭିନବ ପ୍ରୟାସ; ସ୍ୱଚ୍ଛତା ଦିଗରେ ନେଲେ ଏହି ପଦକ୍ଷେପ

ଯାଜପୁର: ସ୍ବଚ୍ଛତା ଦିଗରେ ଆଉ ପାଦେ ଆଗେଇଛି ଯାଜପୁର ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର । ସହର ପରିମଳ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପୌର ପରିଷଦ । ପ୍ରଥମ କରି ସହରରେ ଅଳିଆ ଆବର୍ଜନା ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଛି । ଆଉ ଏହି ଗାଡି ଚଳାଉଛନ୍ତି ଜଣେ ଜଣେ ମହିଳା। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ମାନଙ୍କୁ ଚୟନ କରାଯାଇ ପ୍ରଥମେ ପ୍ରଶିକ୍ଷଣ ଦିଆଯାଇଥିଲା।

ପ୍ରଶିକ୍ଷଣ ସରିବା ପରେ ସେମାନଙ୍କୁ ଏଥିରେ ନିଯୁକ୍ତି ଦିଆଯାଇଛି । ପ୍ରତିଦିନ ସକାଳୁ ପ୍ରଶିକ୍ଷିତ ମହିଳାମାନେ ବ୍ୟାଟେରୀ ଚାଳିତ ସଫେଇ ଗାଡ଼ି ନେଇ ବିଭିନ୍ନ ୱାର୍ଡ଼ କୁ ଯାଇ ଘର ଘର ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି । ଶୁଖିଲା ଓ ଓଦା ଆବର୍ଜନା ସଂଗ୍ରହ ପାଇଁ ଉକ୍ତ ଗାଡ଼ିରେ ଅଲଗା ଅଲଗା ବ୍ୟବସ୍ଥା ରହିଛି। ଏହି ଗାଡ଼ି ମାଧ୍ୟମରେ ବେଶ ସୁରୁଖୁରୁରେ ଆବର୍ଜନା ସଂଗ୍ରହ କରାଯାଇ ପାରୁଛି।

ପୌର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସହରବାସୀ । ପୂର୍ବରୁ ଘର ବାହାରେ ଅଳିଆ ଆବର୍ଜନା ପଡିରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ପ୍ରଦ୍ୟୁଷଣ ବଢୁଥିଲା। ହେଲେ ଏବେ ପ୍ରତିଦିନ ଗାଡ଼ି ଆସି ଘରୁ ଆବର୍ଜନା ସଂଗ୍ରହ କରି ନେଉଥିବାରୁ ପୌର ସଂସ୍ଥା ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୌର ବାସିନ୍ଦା।

Comments are closed.