Latest Odisha News

ରଣଜୀ କ୍ରିକେଟ ଖେଳି ପାରନ୍ତି ରୋହିତ, କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ବର୍ଡର-ଗାଭାସ୍କର ଟ୍ରଫିରେ ନୈରାଶ୍ୟଜନକ ରହିଛି । ବିସିସିଆଇ ସମ୍ପୂର୍ଣ୍ଣ ଭାବେ ଏହି ଦୁଇ ଖେଳାଳିଙ୍କ ଉପରେ ଅସନ୍ତୁଷ୍ଟ ରହିଛି । କୋଚ ଗୌତମ ଗମ୍ଭୀର ମଧ୍ୟ ସେମାନଙ୍କୁ ନେଇ ସେ ଭଳି ଉତ୍ସାହଜନକ ବୟାନ ଦେଇ ନାହାନ୍ତି । ଭାରତୀୟ ଦଳର କେତେକ ଖେଳାଳି ଏବେ ଘରୋଇ କ୍ରିକେଟ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆଯାଉଛି । ଯଦି ଏହା ହୁଏ ତେବେ ଫର୍ମକୁ ଫେରିବା ପାଇଁ କୋହଲି ଓ ରୋହିତ ମଧ୍ୟ ରଣଜୀ ଟ୍ରଫି ଖେଳି ପାରନ୍ତି । ଜାନୁୟାରୀ ୨୩ରୁ ରଣଜୀ ଟ୍ରଫିର ପରବର୍ତୀ ପର୍ଯ୍ୟାୟ ଆରମ୍ଭ ହେବ ।

ରୋହିତ, କୋହଲି, ରବୀନ୍ଦ୍ର ଜାଡେଜା ପ୍ରମୂଖ ଆନ୍ତର୍ଜାତୀୟ ଟି୨୦ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ସେମାନଙ୍କ ନିକଟରେ ତ୍ରୁଟି ସୁଧାରିବା ସହ ଫର୍ମକୁ ଫେରିବା ପାଇଁ ରଣଜୀ ଟ୍ରଫି ପରି ବିକଳ୍ପ ରହିଛି । ଯେଉଁମାନେ ରଣଜୀ ଟ୍ରଫି ଖେଳିବେ ନାହିଁ ସେମାନଙ୍କ ବିରୋଧରେ ଗମ୍ଭୀର କିଛି କଠୋର ନିଷ୍ପତି ନେଇ ପାରନ୍ତି । ଜୁନରେ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ । ଆଇପିଏଲ ଓ ଚାମ୍ପିୟନ ଟ୍ରଫିକୁ ଭରୋଷା କରି ଏହି ଷ୍ଟାର ଖେଳାଳିମାନେ ଟେଷ୍ଟ କ୍ରିକେଟକୁ ଫେରିବା ଏତେଟା ସହଜ କଥା ନୁହେଁ । ଅନ୍ୟ ଅର୍ଥରେ ରଣଜୀ କ୍ରିକେଟ ଏମାନଙ୍କ ପାଇଁ ଭଲ ବିକଳ୍ପ । ଏହା ମାଧ୍ୟରେ ସେମାନେ ଫର୍ମକୁ ଫେରିପାରିବେ ବୋଲି ସୁନୀଲ ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.