Latest Odisha News

BREAKING NEWS

ଆଉ କିଛି ଘଣ୍ଟା ପରେ ଭାରତରେ ଆରମ୍ଭ ହେବ 5 ଜି ଯୁଗ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଭାରତରେ ଆରମ୍ଭ ହେବାକୁ ଯାଉଛି 5ଜି ସେବା ଯୁଗ । ପ୍ରଧାନମନ୍ତ୍ରୀ ଭାରତରେ 5ଜି ସେବାକୁ ଉଦଘାଟନ କରିବେ । ଇଣ୍ଡିଆନ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 5 ଜି ସେବାକୁ ଲଂଚ୍ କରିବେ ।  ଜିଓ ଏବଂ ଏୟାରଟେଲ ଭାରତରେ ପ୍ରଥମେ 5ଜି ସେବା ଯୋଗାଇଦେବେ । ସକାଳ ଦଶଟାରେ ପ୍ରଧାନମନ୍ତ୍ରୀ ଏହି ସେବା ଦେଶରେ ଲଂଚ କରିବେ । ଟେଲି ଯୋଗାଯୋଗ କ୍ଷେତ୍ରରେ 5ମ ଜେନେରେସନ ସେବା ଦ୍ବାରା ଇଂଟରନେଟ ସୁଫରଫାଷ୍ଟ ଡାଉନଲୋଡିଂ ସହ କଂପୁଟର କାମକୁ ସହଜ କରିପାରିବ ।

 ସୂଚନା ଅନୁଯାୟୀ ପ୍ରଥମେ 13ଟି ସହରରେ 5ଜି ସେବା ଆରମ୍ଭ ହେବ। ଏହି ସହର ଗୁଡିକ ହେଉଛି, ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡୀଗଡ଼, ଦିଲ୍ଲୀ, ଜାମନଗର, ଅହମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେ ଏବଂ ଗାନ୍ଧିନଗର। ଏହି ସହରରେ ରହୁଥିବା ଲୋକମାନେ 5 ଜି ମୋବାଇଲ ଏବଂ ସିମ ସହାୟତାରେ ଏହି ସେବା ପାଇପାରିବେ । ତେବେ ଜିଓ ଏବଂ ଏୟାରଟେଲ ପକ୍ଷରୁ କେବେ ସିମ ଦିଆଯିବ ତାହା ଘୋଷଣା କରାଯାଇନାହିଁ । ପ୍ରଥମେ କଂପାନିମାନେ ନିଜ କ୍ଷେତ୍ରରେ ବ୍ୟବହାର କରିବେ ପରେ ଏହା ଜନସାଧାରଣଙ୍କ ପାଖକୁ ଆସିବ ।  ଯାହା ଜଣାପଡୁଛି ଡିସେମ୍ବର ସୁଦ୍ଧା ଏହି ସବୁ ସହରରେ 5 ଜି ସେବା ଉପଭୋକ୍ତାମାନେ ପାଇପାରିବେ ।

ତେବେ ଦେଶରେ ଘରୋଇ 5ଜି ଟେକ୍ନୋଲୋଜି ସେବା ପାଇବା ପାଇଁ ଜନସାଧାରଣ ଅପେକ୍ଷାରେ ଅଛନ୍ତି । ସରକାର ମଧ୍ୟ ଏହି ସେବା ଚାଲୁ କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ  ମୋବାଇଲ ଫୋନ, ଟେଲିକମ ସାମଗ୍ରୀ ଓ ସେମିକଣ୍ଡକ୍ଟର ନିର୍ମାଣକୁ ପ୍ରୋତ୍ସାହନ ଯୋଗାଉଛନ୍ତି।  ଦେଶରେ 5ଜି ସେବା ଚାଲୁ ହେଲେ ଇଂଟରନେଟ ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ।

ତେବେ ଓଡ଼ିଶାରେ ଏହି ସେବା ମିଳିବାକୁ ଆହୁରି ସମୟ ଲାଗିପାରେ ।

Comments are closed.