Latest Odisha News

BREAKING NEWS

କଟକ ରେଲୱେ ଷ୍ଟେସନରେ ଖସିପଡ଼ିଲା ଛାତ

ଭୁବନେଶ୍ୱର: କଟକ ରେଳ ଷ୍ଟେସନରେ ବୁଧବାର ଅପରାହ୍ନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପ୍ଲାଟଫର୍ମ ଉପରେ ଏକ ଛାତ ଭୁଶୁଡ଼ି ପଡ଼ିଛି।

ପୂର୍ବତଟ ରେଳବାଇ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୩.୪୫ ସମୟରେ ଘଟିଥିଲା । ଯାହାଫଳରେ ପ୍ଲାଟଫର୍ମ ୧ ଏବଂ ୨ରେ ଅସ୍ଥାୟୀ ଭାବରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। “ଏହି ଘଟଣାରେ କୌଣସି ଆହତ କିମ୍ବା ମୃତାହତ ହୋଇଥିବାର ରିପୋର୍ଟ ହୋଇନାହିଁ।

ଅପରପକ୍ଷରେ ମରାମତି କାର୍ଯ୍ୟ ପୂର୍ବରୁ ଚାଲିଛି। ଖୁବଶୀଘ୍ର ଲାଇନଗୁଡ଼ିକ ସଫା ହୋଇଯିବ ବୋଲି ଆଶା କରାଯାଉଥିବା ନେଇ ରେଳବାଇ ପକ୍ଷରୁ ଜଣାପଡ଼ିଛି।

 

Comments are closed.