Latest Odisha News

BREAKING NEWS

ଟିଭିରେ ଘର ପାଚେରି କାନ୍ଥ ନିର୍ମାଣ

ଭିଏତନାମ: ଘର ପାଚେରି ଇଟା ଏବଂ ପଥରରେ ତିଆରି କରାଯାଇଥିବା ଦେଖିଥିବେ । କିନ୍ତୁ ଭିଏତନାମ ଦ୍ୱୀପରେ ହନ୍ ଥମ୍ ନାମକ ଏକ ଘର ଅଛି, ଯାହାର ପାଚେରି ସେହି ବାଟ ଦେଇ ଯାଉଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଆପଣ ଭାବୁଥିବେ ଯେ, ବୋଧହୁଏ କାନ୍ଥଗୁଡ଼ିକରେ କିଛି ଅଜବ ଚିତ୍ରକଳା ଥାଇପାରେ । କିନ୍ତୁ ସେପରି କିଛି ନୁହେଁ, ଉକ୍ତ କାନ୍ଥ ଏପରି ଏକ ଜିନିଷରେ ତିଆରି ହୋଇଛି, ଯାହାକୁ ଲୋକମାନେ ଘଣ୍ଟା ଘଣ୍ଟା ଦେଖିବାକୁ ପସନ୍ଦ କରନ୍ତି, ସେହି ଜିନିଷଟି ହେଉଛି ଟିଭି ।

ଭିଏତନାମରେ ଏହି ଘରର ପାଚେରିଗୁଡ଼ିକ ପୁରୁଣା ଟିଭି ସେଟ୍‌ରେ ନିର୍ମିତ । ଏହାର ନିର୍ମାଣ ପଛରେ କାହାଣୀ ଅଛି ବୋଲି କୁହାଯାଏ । ଏହି ଘରେ ଜଣେ ଟିଭି ମେକାନିକ୍ ରୁହନ୍ତି । ମରାମତି ପାଇଁ ତାଙ୍କ ପାଖକୁ ଆସୁଥିଲା ଏଭଳି ଅନେକ ଟିଭି । ଯାହା ଭିତରୁ ଅନେକ ଟିଭିକୁ ମାଲିକମାନେ ନେବାକୁ ଆସିଲେ ନାହିଁ । ତେଣୁ ବର୍ଷ ବର୍ଷ ଧରି ଏହି ଟିଭି ସେଟ୍ ଗଚ୍ଛିତ ହୋଇ ରହିଲା ଓ ଏହାର ସଂଖ୍ୟା ମଧ୍ୟ ବଢି ବଢି ଚାଲିଲା । ଏହି ଗଦା ହୋଇଥିବା ଟିଭିକୁ ନେଇକି କ’ଣ କରିବେ ତାହା ମେକାନିକଙ୍କ ମୁଣ୍ଡକୁ ଆସୁ ନ ଥିଲା ।

ସେ ଜାଣିବାକୁ ପାଇଲେ ଯେ, ବର୍ଷା ଓ ପବନ ମଧ୍ୟ ଏହି ପୁରୁଣା ଟିଭି ସେଟ୍‌ଗୁଡ଼ିକର କ୍ୟାଥୋଡ଼ ଟ୍ୟୁବକୁ କ୍ଷତି ପହଂଚାଇ ନ ଥାଏ । ତେଣୁ ସେହି ସମୟରେ ସେ ମଧ୍ୟ ଏହି ପୁରୁଣା ଟିଭିସେଟ୍‌ରୁ ଘରର ପାଚେରି ତିଆରି କରିବାକୁ ସ୍ଥିର କଲେ । ନିକଟରେ ଥାନ୍ ତିଆନ ନାମକ ଜଣେ ଫେସବୁକ୍ ବ୍ୟବହାରକାରୀ ତାଙ୍କ ପରିବାର ସହିତ ହୋନ୍ ଥମ୍ ଦ୍ୱୀପ ପରିଦର୍ଶନ କରିବାକୁ ଯାଇଥିଲେ, ଯେଉଁଠାରେ ସେ ଏହି ଚମତ୍କାର ପାଚେରିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଉକ୍ତ ଘରର ଫଟୋ ଉଠାଇବା ପରେ ସେଗୁଡ଼ିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଦୁନିଆର ବିଭିନ୍ନ କୋଣରୁ ଅନେକ ଲୋକ ଘରର ମାଲିକଙ୍କ ନୂତନ ଚିନ୍ତାଧାରାକୁ ପ୍ରଶଂସା କରିଥିବା ବେଳେ କିଛି ଲୋକ ଏହି ଉପାୟରେ ନିର୍ମିତ ପାଚେରିକୁ ଉଭୟ ଛୋଟ ପିଲା ଏବଂ ପରିବେଶ ପାଇଁ ବିପଦ ବୋଲି କହିଛନ୍ତି । ଉଦାହରଣ ସ୍ୱରୂପ ଯଦି କୌଣସି ଦୁର୍ଘଟଣା ହେଉ ବା କୌଣସି ଲୋକ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ଗୁରୁତର ଭାବରେ ଆହତ ହୋଇପାରନ୍ତି । ଏହି ପୁରୁଣା ଟିଭିସେଟ୍‌ରୁ ନିର୍ଗତ ସାମଗ୍ରୀ ପରିବେଶ ପାଇଁ କ୍ଷତିକାରଣ ହୋଇପାରେ ବୋଲି ଅନେକ ମତ ରଖିଛନ୍ତି ।

Comments are closed.