Latest Odisha News

ଚୀନ୍‌ର ପ୍ରଥମ ମହିଳା ଭାବେ ମହାକାଶ ଶୂନ୍ୟରେ ଚାଲିଲେ ୱାଙ୍ଗ ୟାପିଙ୍ଗ

ଚୀନ୍ : ୱାଙ୍ଗ ୟାପିଙ୍ଗ ପ୍ରଥମ ଚୀନ୍ ମହିଳା ଭାବେ ରବିବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ ମହାକାଶ ମହାଶୂନ୍ୟରେ ଚାଲିଛନ୍ତି।ତାଙ୍କ ବୟସ ପାଖାପାଖି ୪୧ ବର୍ଷ ହେବ ବୋଲି ଜଣାପଡ଼ିିଛି । ସେ ମହାକାଶଚାରୀଣି କମାଣ୍ଡର ଝାଇ ଝିଙ୍ଗାଙ୍ଗଙ୍କ ସହ ସ୍ପେସ୍ ଯାଇଥିଲେ । ଚୀନ୍ ସରକାର ଏନେଇ ଟ୍ୱିଚ କରି ଭିଡିଓ ଜାରି କରିବାରୁ ଏହି କଥା ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ମହାକାଶଚାରିଣୀ ୱାଙ୍ଗ ୟାପିଙ୍ଗ୍ ସ୍ପେସ୍ ବାହାରକୁ ଆସି ହାତ ହଲାଉଥିବାର ଦେଖିବାକୁ ମିଳିଥିଲା । ଏହା ପରେ କମ୍ପ୍ୟୁଟରରେ ଦେଖୁଥିବା ଲୋକମାନେ ଉତ୍ସାହିତ ହେବା ସହ ତାଳିମାରି ମହିଳାଙ୍କ ଏପରି ସାହାସିକତାକୁ ପ୍ରଶଂସା କରିଥିଲେ।

ଚାଇନ ମ୍ୟାନଡ ସ୍ପେସ୍ ପୋଗ୍ରାମ ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଛି ଯେ , ୨୦୨୧ ନଭେମ୍ବର ୭ ତାରିଖ ଦିନ ସେନଝୌ-୧୩ ର ମହାକାଶଚାରୀମାନେ ପ୍ରଥମ କରି ପଦାକୁ ବାହାରିବେ ଏବଂ ଏକ୍‌ଷ୍ଟ୍ରାଭେଇକୁଲାର୍‌ ଅଭିଯାନ ଚଳାଇବେ ମହାକାଶଚାରୀ ଚାଇ ଚିଙ୍ଗ୍ ଓ ୱାଙ୍ଗ ୟାପିଙ୍ଗ। ମିଡିଆ ରିପୋର୍ଟ ଅନୁସାରେ ବେଜିଂ ସମୟ ଅନୁସାରେ ୬.୫୧ ଠାରୁ ୮.୨୮ ଭିତରେ ୱାଙ୍ଗ ୟାପିଙ୍ଗଚାଇ ଚିଙ୍ଗ୍ ଅନ୍ତରୀକ୍ଷ ସ୍ପେସ ଷ୍ଟେସନ ବାହାରକୁ ଆସିଥିଲେ । ମହାକାଶରେ ଚାଲିଥିବା ବାହାର କାର୍ଯ୍ୟ ପାଇଁ ୬ ଘଣ୍ଟା ସମୟ ଲାଗିବ ବୋଲି ଏକ ରିପୋର୍ଟରୁ ଖବର ସାମ୍ନାକୁ ଆସିଛି।

Leave A Reply

Your email address will not be published.