Latest Odisha News

BREAKING NEWS

ବିବାହ ପାଇଁ ବ୍ୟକ୍ତିଙ୍କ ଅଜବ ସର୍ତ୍ତ, ଜାଣନ୍ତୁ କ’ଣ

କୋଲକତା: ଆଗ ଭଳି ବିବାହ ପାଇଁ ଆଉ ମଧ୍ୟସ୍ଥିଙ୍କର ଆବଶ୍ୟକତା ପଡୁନାହିଁ। ବର୍ତ୍ତମାନ ବିବାହ କରିବାକୁ ଆଗ୍ରହୀ ଥିବା ବ୍ୟକ୍ତି ମାନେ ନିଜ ନିଜର ପ୍ରୋଫାଇଲ ମ୍ୟାଟ୍ରିମୋନିଆଲ ସାଇଟରେ ଖୋଲୁଥିବାର ଦେଖିବାକୁ ମିଳୁଛି ।

ତେବେ ମ୍ୟାଟ୍ରିମୋନିଆଲ ସାଇଟରେ ଜଣେ ଯୁବକ ନିଜ ବିବାହ ପାଇଁ ଏପରି ଅଜବ ସର୍ତ୍ତ ରଖିଛନ୍ତି ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ପଶ୍ଚିମବଙ୍ଗର ଜଣେ ୩୭ ବର୍ଷୀୟ ଓକିଲ ଏହିପରି ଏକ ଅଜବ ସର୍ତ୍ତ ରଖି କନ୍ୟା ଖୋଜୁଥିବା ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଖବରକାଗଜର ଏହି ବିଜ୍ଞାପନର ଫୋଟୋକୁ ଆଇଏଏସ୍ ଅଧିକାରୀ ନିତିନ ସାଙ୍ଗୱାନ ଟ୍ୱିଟରରେ ସେୟାର କରିଛନ୍ତି, ଯାହା ପରଠାରୁ ଏହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ବ୍ୟକ୍ତି ଜଣଙ୍କୁ ବିନା ଯୌତୁକରେ, ଗୋରୀ, ସୁନ୍ଦରୀ ଝିଅ ଦରକାର ମାତ୍ର ଉକ୍ତ ଝିଅଟି ଯେପରି ସୋସିଆଲ ମିଡିଆ ସହ ଅଭ୍ୟସ୍ତ ନଥିବ। ଏହା ହେଉଛି ତାଙ୍କ ସର୍ତ୍ତ।

ଟ୍ୱିଟର ସାଙ୍ଗୱାନଙ୍କ ଏହି ଟ୍ୱିଟକୁ ଶହ ଶହ ‘ଲାଇକ୍’ ଏବଂ କମେଣ୍ଟ ମିଳିଛି।

Leave A Reply

Your email address will not be published.