Latest Odisha News

BREAKING NEWS

ସରକାରୀ ଡାକ୍ତରଖାନାରେ ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ: ରାଜଧାନୀରେ ପୁଣି ଲଜ୍ୟା। ରାଜଧାନୀ ଦିଲ୍ଲୀରେ ଓଖଲା ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ସାଢ଼େ ୩ବର୍ଷର ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ।

ଅଭିଯୋଗ ମୁତାବକ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ହସ୍ପିଟାଲର ଜଣେ ଓ୍ବାର୍ଡ଼ବୟ ଅମରନାଥ। ଏହି ଅମାନବୀୟ ଘଟଣା ପରେ ଶିଶୁଟିର ଶୋଚନୀୟ ଅବସ୍ଥାରେ ଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ୩ବର୍ଷର ଏହି ଶିଶୁଟି ନିଜ ମା ସହ ହସ୍ପିଟାଲକୁ ଆସିଥିଲା। କିଛି କାରଣରୁ ମା ଜଣଙ୍କ ଶିଶୁଟିକୁ ଏକ ରୁମରେ ବସାଇ କିଛି କାମରେ ବାହାରକୁ ଚାଲି ଯାଇଥିଲେ। ଏହି ସମୟରେ ଓ୍ବାର୍ଡ଼ ବୟ ଅମରନାଥର ଖରାପ ଦୃଷ୍ଟି ଶିଶୁଟି ଉପରେ ପଡ଼ିଥିଲା। ସେ ଶିଶୁଟିକୁ ଏକୁଟିଆ ପାଇ ତାସହ ସହ ଦୁଷ୍କର୍ମ କରିଥିବା ସୂଚନା ରହିଛି।

ତେବେ ଏହି ଘଟଣା ପରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ଶିଶୁଟିର ମାଆ ଫେରିବା ପରେ ଝିଅର ଅବସ୍ଥା ଦେଖି ଚକିତ ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଅଭିଯୁକ୍ତକୁ ଗିରଫ କରିବା ସହ ପକ୍ସୋ ଆକ୍ଟ ଅନୁସାରେ ମୋକଦ୍ଦମା ରୁଜୁ କରିଛି।

Leave A Reply

Your email address will not be published.