ବ୍ରହ୍ମପୁର:ଶାସନର ବିକେନ୍ଦ୍ରୀକରଣ ଏବଂ ସହରବାସୀଙ୍କ ହାତ ପାହାନ୍ତରେ ବିଭିନ୍ନ ପ୍ରକାର ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମହାନଗର ନିଗମର ସମସ୍ତ ୪୨ଟି ୱାର୍ଡରେ ୱାର୍ଡ ଅଫିସର କାର୍ଯ୍ୟକ୍ଷମ ହେବ। ପ୍ରଥମ ଥର ପାଇଁ ମହିଳା ସ୍ବାୟଂ ସହାୟିକା ଗୋଷ୍ଠୀ(ଏସଏଚଜି)କୁ ଏହି ଅଫିସରଗୁଡ଼ିକର ଦାୟିତ୍ବ ପ୍ରଦାନ କରାଯିବ। ସେଥିପାଇଁ ଏସଏଚଜିଗୁଡ଼ିକ ପକ୍ଷରୁ ଅଭିବ୍ୟକ୍ତି ପ୍ରକାଶନ(ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ) ଆହ୍ବାନ କରାଯାଇଛି। ଜାନୁୟାରୀ ୨୬ ପୂର୍ବରୁ ସମସ୍ତ ୱାର୍ଡରେ ଏହି ଅଫିସଗୁଡ଼ିକୁ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି।
ମହାନଗର ନିଗମର ଆୟୁକ୍ତ ଜେ.ସୋନାଲଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସହରର ବହୁ ଦୂରଦୂରାନ୍ତରରୁ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ମହାନଗର ନିଗମ କାର୍ଯ୍ୟାଳୟକୁ ଆସିଥାନ୍ତି। କେବଳ ବ୍ରହ୍ମପୁର ନୁହଁ, ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ଏହି ସମସ୍ୟା ରହିଛି। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ୱାର୍ଡରେ ୱାର୍ଡ ଅଫିସ ପ୍ରତିଷ୍ଠା ପାଇଁ ନିର୍ଦେଶ ଦିଆଯାଇଥିଲା। ଏହି କ୍ରମରେ ବ୍ରହ୍ମପୁରର ସମସ୍ତ ୱାର୍ଡରେ ଅଫିସ ପ୍ରତିଷ୍ଠା କରାଯିବ। ଏସଏଚଜିଗୁଡ଼ିକୁ ଆବେଦନ ପାଇଁ ଆହ୍ବାନ କରାଯାଇଛି। ପ୍ରତ୍ୟେକ ଏସଏଚଜିକୁ ଏବାବଦରେ ପ୍ରତିମାସ ୨ ହଜାର ଟଙ୍କା ପ୍ରଦାନ କରାଯିବ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟାଙ୍କୁ ସଂଯୋଜିକା(କୋର୍ଡିନେଟର) ଭାବେ ଦାୟିତ୍ବ ଦିଆଯିବ ଏବଂ ତାଙ୍କୁ ପ୍ରତିମାସ ୧୦ ହଜାର ଟଙ୍କା ଦିଆଯିବ। ସଂଯୋଜିକା ଜଣକ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ଜାଣିଥିବା ଆବଶ୍ୟକ। ୱାର୍ଡ ଅଫିସଗୁଡ଼ିକରେ ସ୍ଥାନୀୟ ବାସିନ୍ଦାଙ୍କୁ ଅନେକ ସମସ୍ୟାର ସମାଧାନ କରାଯାଇପାରିବ। ଭତ୍ତା, ଆଧାର କାର୍ଡ ସହ ଅନ୍ୟାନ୍ୟ ସେବା ମିଳିବ। ସମସ୍ତ ପ୍ରକାର ଟିକସ ଦାଖଲ ହୋଇପାରିବ। ଏପରିକି ପରିମଳ ସମସ୍ୟା କିମ୍ବା ଯଦି ୱାର୍ଡର ଅନ୍ୟ କୌଣସି ସମସ୍ୟା ରହିଥାଏ, ସ୍ଥାନୀୟ ବାସିନ୍ଦା ଅଫିସକୁ ଯାଇ ଅଭିଯୋଗ ଦାଖଲ କରିପାରିବେ। କେବଳ ଏତିକି ନୁହଁ, ୱାର୍ଡ ଅଫିସରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଏବଂ ବୈଠକ ମଧ୍ୟ ଆୟୋଜନ ହୋଇପାରିବ। ସ୍ଥାନୀୟ କର୍ପୋରେଟରଙ୍କ ଅଧିନରେ ୱାର୍ଡ ଅଫିସ କାର୍ଯ୍ୟ କରିବେ। ତାଙ୍କ ନିର୍ଦେଶରେ ସମସ୍ତ କାର୍ଯ୍ୟ ହେବ। ଲୋକଙ୍କ ହାତପାହାନ୍ତରେ ସରକାରୀ ସେବା ଯୋଗାଇଦେବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ପୂରଣ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- ଇଣ୍ଡିଆ ଭଳି ଆମେରିକାର ନିର୍ବାଚନ ପ୍ରକ୍ରିୟା ଚାହୁଁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
- ପୋଲିସରେ ଚାକିରି ପାଇଁ ନିଯୁକ୍ତି, ଦଲାଲଙ୍କୁ ଦେଖିଲେ ଖବର ଦେବାକୁ ସରକାରଙ୍କ ନିର୍ଦ୍ଦେଶ
- ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ
- ବିଧାନସଭାରେ ବାଦିପାଲା: ବିରୋଧୀଙ୍କ ଆଚରଣକୁ ନିନ୍ଦା କଲେ ବାଚସ୍ପତି
- ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରେ ଖର୍ଚ୍ଚ ହେବ ୫୦ କୋଟି
- ସ୍କୁଲ ପିଲାଙ୍କୁ ମିଳିବ ପୁଷ୍ଟିକର ଯୁକ୍ତ ଲଡ଼ୁ, ଘୋଷଣା କଲେ ମୋହନ ସରକାର
- ବୁଧବାର ୟୁପିଆଇରେ ପେମେଣ୍ଟ କରି ହଟହଟା ହେଲେ କି?
- ବଢ଼ିବ ଏହି ସବୁ ଔଷଧର ଦାମ, ରୋଗୀଙ୍କ ପକେଟ ଉପରେ ପଡ଼ିବ ବୋଝ?
- ଭାରତରୁୁ କେତେ ଟଙ୍କା ନେଇପାରିବେ ବିଦେଶକୁ? ରହିଛି ଅଜବ ନିୟମ
- କଂଗ୍ରେସକୁ ଜୋରଦାର ଆକ୍ରମଣ କଲେ ଆଇନ୍ ମନ୍ତ୍ରୀ, ବିଜେଡିକୁ ବି ଧୋଇଦେଲେ
Comments are closed.