Latest Odisha News

BREAKING NEWS

ମାମୁ ଘର ବୁଲିବାକୁ ଆସିଥିଲେ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ବ୍ରହ୍ମପୁର: ମାମୁ ଘରକୁ ବୁଲିବାକୁ ଆସିଥିଲେ  ୨ ଭଉଣୀ ।  ଆଉ ଫେରିଲେନି ଘରକୁ । ସବୁଦିନ ପାଇଁ ଚାଲିଗଲେ ଅଫେରା ଦୁନିଆକୁ । ଗଞ୍ଜାମ ବଡଗଡ ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମରେ ଏକ ଲାଟ୍ରିନ ଟାଙ୍କିରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି । ଦୁଇ ଶିଶୁ କନ୍ୟା ସମ୍ପର୍କୀୟ ଭଉଣୀ ବୋଲି ଜଣାପଡ଼ିଛି । ମୃତ ଦୁଇ ଶିଶୁ କନ୍ୟା ହେଲେ ସିଦ୍ଧପୁର୍ ଗ୍ରାମର ବାସୁମତି ସେଠି ଓ କାଳିଆ ଗୁଡା ଗ୍ରାମର ଦିବ୍ୟା ସେଠି  । ଉଭୟଙ୍କ ବୟସ ୫ ବର୍ଷ ।

ବାସୁମତି ଓ ଦିବ୍ୟା ନିଜ ପରିବାର ସହିତ ମାମୁ ଘର ତାକରଡ଼ା ଗାଁକୁ ବୁଲି ଆସିଥିଲେ । ଆଜି ଦୁଇ ଭୁଉଣୀ ଖେଳୁ ଥିବା ବେଳେ ଅସାବଧାନତା କାରଣରୁ ଲାଟିନ ଟାଙ୍କି ଭିତରକୁ ଖସି ପଡ଼ିଥିଲେ । ଏପଟେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।  ବହୁ ଖୋଜା ଖୋଜି ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଲାଟ୍ରିନ ଟାଙ୍କରୁ ଉଦ୍ଧାର କରାଯାଇଥିଲା ।

ସେମାନଙ୍କୁ ସୋରଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  ।    କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବଡଗଡ ପୋଲିସ ଉଭୟଙ୍କ ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.