Latest Odisha News

BREAKING NEWS

1901 ବର୍ଷ ପରେ ନଭେମ୍ବର ମାସ ସବୁଠାରୁ ଉତ୍ତପ୍ତ ମାସ

ନୂଆଦିଲ୍ଲୀ: ଡିସେମ୍ବର ମାସ ଆରମ୍ଭ ହୋଇଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଗରମ ଅନୁଭୂତ ହେଉଛି। ନଭେମ୍ବର ମାସରେ ମଧ୍ୟ ପାଣିପାଗ ସ୍ଥିତି ସମାନ ରହିଥିଲା। 123 ବର୍ଷ ପରେ, ନଭେମ୍ବର ମାସ ଦେଶର ସବୁଠାରୁ ଉତ୍ତପ୍ତ ମାସ ହୋଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ l ତେବେ ନଭେମ୍ଭର ମାସରେ କେବଳ ସକାଳେ ଓ ସନ୍ଧ୍ୟାରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଦିନସାରା ତାପମାତ୍ରା 30 ଡିଗ୍ରୀ ପାଖାପାଖି ରହିଛି l ତେବେ ଏଥର ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି।

1901 ପରଠାରୁ ନଭେମ୍ବର ମାସ ଦ୍ୱିତୀୟ ଗରମ ମାସ ହୋଇଛି l ଦେଶରେ ନଭେମ୍ବର ମାସରେ ସର୍ବାଧିକ ତାପମାତ୍ରା 29.37 ଥିଲା l ନଭେମ୍ବରରେ ଦିଲ୍ଲୀର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ଥିଲା। ଦୀର୍ଘ 14 ବର୍ଷ ପରେ ଏଥର ନଭେମ୍ବର ମାସରେ ଦିଲ୍ଲୀ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି l ସକାଳ ଏବଂ ସନ୍ଧ୍ୟାରେ ଛାଡିଦେଲେ ପୁରା ନଭେମ୍ବର ମାସସାରା ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିଲା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ l

ତେବେ ସାଧାରଣତଃ ନଭେମ୍ବର ମାସରେ ଶୀତ ଆରମ୍ଭ ହୋଇ ଡିସେମ୍ବରକୁ ଏହା ବଢ଼ିବାରେ ଲାଗେ l କିନ୍ତୁ ଏଥର ପାଣିପାଗର ପରିବର୍ତ୍ତନ କାରଣରୁ ଏପରି ସ୍ଥିତି ଦେଖିବାକୁ ମିଳିଛି l ସେପ୍ଟେମ୍ବର ଆରମ୍ଭରୁ ପାଗ ଶୁଖିଲା ରହିଥିବା ବେଳେ ଏଥର ବିଶେଷ ବର୍ଷା ମଧ୍ୟ ହୋଇନାହିଁ। ଏହି କାରଣରୁ ଏପର୍ଯ୍ୟନ୍ତ ଦେଶରେ ଶୀତର ପ୍ରକୋପ ସେତେଟା ଦେଖିବାକୁ ମିଳିନି l

ପାଣିପାଗ ବିଭାଗର ସୂଚନାନୁସାରେ, ଡିସେମ୍ବର ପ୍ରାରମ୍ଭରେ ପାଗ ସ୍ୱାଭାବିକ ରହିବ। ଏହି ଅବଧି ମଧ୍ୟରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ l ଏବେ ଦେଶରେ ସେତେଟା ଶୀତ ହେବନାହିଁ l ତେବେ ଚଳିତ ବର୍ଷ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ।

Comments are closed.