Latest Odisha News

BREAKING NEWS

୧୫ ବର୍ଷ ପରେ ୧୦ ୱିକେଟରେ ହାରିଲା ଭାରତ; ୱାର୍ଣ୍ଣର-ଫିଞ୍ଚଙ୍କ ନୂଆ କୀର୍ତ୍ତିମାନ

ମୁମ୍ବାଇ: ୱାଙ୍ଖେଡରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ପ୍ରଥମଥର ପାଇଁ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ନିକଟରୁ ୧୦ ଉଇକେଟରେ ପରାଜିତ ହୋଇଛି । ଦୀର୍ଘ ୧୫ ବର୍ଷ ପରେ ଟିମ୍ ଇଣ୍ଡିଆ ୧୦ ଉଇକେଟରେ ହାରିଛି । ୨୦୦୫ରେ ଦକ୍ଷିଣ ଆଫ୍ରିକା କୋଲକାତାରେ ଭାରତକୁ ହରାଇଥିଲା । ଡେଭିଡ ୱାର୍ନର ଓ ଆରୋନ ଫିଂଚ ଭାରତ ବିପକ୍ଷରେ ସବୁଠାରୁ ବଡ ପାର୍ଟନରଶିପ ସଂଗ୍ରହ କରିଛନ୍ତି । ସେମାନେ ୨୫୮ଞ୍ଚ ରନ ସଂଗ୍ରହ କରିଥିବା ବେଳେ ପୂର୍ବରୁ ଷ୍ଟିଭ ସ୍ମିଥ-ଜର୍ଜ ବେଲୀ ତୃତୀୟ ଉଇକେଟରେ ୨୪୨ ଓ ଦକ୍ଷିଣ ଆଫ୍ରିକାର ଗ୍ୟାରୀ କର୍ଷ୍ଟେନ-ହର୍ଶେଲ ଗିବ୍ସ ପ୍ରଥମ ଉଇକେଟରେ ୨୩୫ ରନର ପାର୍ଟନରଶିପ କରିଥିଲେ ।

ୱାଙ୍ଖେଡରେ ସବୁଠାରୁ ବଡ ଭାଗିଦାରୀ:

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଶୋଚନୀୟ ଭାବେ ପରାଜୟବରଣ କରିଛି । ଆରୋନ ଫିଂଚ ଓ ଡେଭିଡ ୱାର୍ନର ଏଠାରେ ପ୍ରଥମ ଉଇକେଟରେ ଭାରତ ବିପକ୍ଷରେ ସର୍ବାଧିକ ପାର୍ଟନରଶିପ ସଂଗ୍ରହ କରିଛନ୍ତି । ୱାଙ୍ଖେଡରେ ଏହା ସର୍ବାଧିକ ପାର୍ଟନରଶିପ । ଏହା ପୂର୍ବରୁ ୨୦୧୭ରେ ନ୍ୟୁଜିଲାଣ୍ଡର ରସ ଟେଲର ଓ ଟମ ଲାଥାମ ୪ର୍ଥ ଉଇକେଟରେ ୨୦୦ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ ।

                                                           ୱାର୍ନର ଦ୍ରୁତ ୫୦୦୦ ରନ କ୍ଲବରେ ୪ର୍ଥ:

ଡେଭିଡ ୱାର୍ନର ଦିନିକିଆ କ୍ରିକେଟରେ ୫୦୦୦ ରନ ପୂର୍ଣ୍ଣ କରିଛନ୍ତି । ଦ୍ରୁତ ରନ ସଂଗ୍ରହରେ ୱାର୍ନର ୪ର୍ଥ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ହାସିମ ଆମଲା (୧୦୧ ଇନିଂସ) ପଥମ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଭିଭିଆନ ରିଚାର୍ଡ୍ସ ଓ ଏବଂ ଟିମ୍ ଇଣ୍ଡିଆର ବିରାଟ କୋହଲୀ ୧୧୪ ପାରୀରେ ୫୦୦୦ ରନ ସଂଗ୍ରହ କରିଥିଲେ । ୱାର୍ନର କ୍ରମାଗତ ୪ର୍ଥ ମ୍ୟାଚରେ ୫୦ରୁ ଊର୍ଦ୍ଧ୍ୱ ରନ ହାସଲ କରିଛନ୍ତି । ସେହିପରି ବ୍ୟକ୍ତିଗତ ୧୮ତମ ଶତକ ହାସଲ କରି ନିଜ ଦେଶର ମାର୍କ ୱ’ଙ୍କ ସହ ବରାବର ହୋଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରିକି ପଟିଂ ୨୯ ଶତକ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଭାରତର ଶିଖର ଧାୱନ କ୍ୟାରିୟରର ୨୮ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଛନ୍ତି ।

Leave A Reply

Your email address will not be published.