Latest Odisha News

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ୱାର୍ଣ୍ଣର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ନୂଆ ବର୍ଷର ପ୍ରଥମ ଦିନ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ବିଦାୟକାଳୀନ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଏହି ଘୋଷଣା କରିଛନ୍ତି । ଆଗକୁ ମୁଁ ମୋ ସ୍ତ୍ରୀ କାନଡାଇସ ଓ ୩ ଝିଅ ଇଭି, ଇସଲା ଓ ଇଣ୍ଡିକୁ ଅଧିକ ସମୟ ଦେବା ପାଇଁ ଏହି ନିଷ୍ପତି ନେଇଛି । ଦିନିକିଆ ବିଶ୍ୱକପ ବେଳେ ୱାର୍ଣ୍ଣର ଅବସର ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ପାକିସ୍ତାନରେ ୨୦୨୫ରେ ଖେଳାଯିବାକୁ ଥିବା ଚାମ୍ପିୟନ ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଯଦି ଟପ ଅର୍ଡର ବ୍ୟାଟ୍ସମ୍ୟାନ ଆବଶ୍ୟକ କରେ ତେବେ ଅବସରରୁ ଓହରିଯିବି ବୋଲି ମଧ୍ୟ କହିଛନ୍ତି ।

ଦିନିକିଆ ବିଶ୍ୱକପରେ ୱାର୍ଣ୍ଣର ୧୧ ମ୍ୟାଚରୁ ୫୩୫ ରନ ସଂଗ୍ରହ କରିଥିଲେ । ଆନ୍ତର୍ଜାତୀୟ କ୍ୟାରିୟରରେ ସେ ଓଭରାଲ ୧୬୧ ଦିନିକିଆରେ ୬୯୩୨ ରନ କରିଛନ୍ତି । ଜାନୁୟାରୀ ୨୦୦୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ତାଙ୍କ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ସେ ରିକି ପଂଟି, ଆଡାମ ଗିଲକ୍ରିଷ୍ଟ, ମାର୍କ ୱ, ମାଇକେଲ କ୍ଲାର୍କ ଓ ଷ୍ଟିଭ ୱଙ୍କ ପରେ ସେ ଷଷ୍ଠ ଖେଳାଳି ଭାବେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ।

Comments are closed.