Latest Odisha News

BREAKING NEWS

ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର

ସିଡନୀ: ମଦ୍ୟପାନ କରି ଗାଡି ଚଳାଉଥିବା ନେଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ୱାର୍ଣ୍ଣରଙ୍କୁ ସିଡନୀ ପୋଲିସ ଗିରଫ କରିଛି । ମାରୁବ୍ରା ଅଂଚଳରେ ପୋଲିସ ଗାଡି ଯାଂଚ କରୁଥିବା ବେଳେ ୱାର୍ଣ୍ଣର ଫସି ଯାଇଥିଲେ । ସେ ପୋଲିସକୁ ଦେଖି ଦୂରରେ ଅଟକିଥିଲେ ପରେ ବ୍ରେଥ ଆନାଲିସିସରେ ତାଙ୍କ ଶରୀରରୁ ମଦର ପରିମାଣ ମିଳିଥିଲା । ଏବେ ସେ ମେ ୭ରେ କୋର୍ଟରେ ହାଜର ହେବେ । ୱାର୍ଣ୍ଣର ଏବେ ପିଏସଏଲରେ କରାଚୀ କିଙ୍ଗସ ପକ୍ଷରୁ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଦଳ ପ୍ରଥମ ୩ଟି ମ୍ୟାଚ ଜିତି ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

ପରିବାର ସହ ସମୟ କାଟିବା ନେଇ ସେ ପିଏସଏଲରୁ ବ୍ରେକ ନେଇ ଅଷ୍ଟ୍ରେଲିଆ ଆସିଥିଲେ । ସେ ଏବେ ପାକିସ୍ତାନ ଫେରିବାରେ କୌଣସି ଅସୁବିଧା ନାହିଁ, ମାତ୍ର କୋର୍ଟ କେଉଁ ଦଣ୍ଡ ପ୍ରଦାନ କରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ସୂଚନାଯୋଗ୍ୟ, ୨୦୧୮ରେ ବଲ ଟ୍ୟାମ୍ପରିଂ ଅଭିଯୋଗରେ ୱାର୍ଣ୍ଣର ବାସନ୍ଦ ହୋଇଥିଲେ । ଏହା ତାଙ୍କ କ୍ରିକେଟ କ୍ୟାରିୟରକୁ ପ୍ରଭାବିତ କରିଥିଲା ।

Leave A Reply

Your email address will not be published.