Latest Odisha News

BREAKING NEWS

ଜୟାପ୍ରଦାଙ୍କ ନାଁରେ ୱାରେଣ୍ଟ୍ ଜାରି, ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ବଲିଉଡ଼ ଅଭିନେତ୍ରୀ ଜୟାପ୍ରଦାଙ୍କ ନାଁରେ ୱାରେଣ୍ଟ୍ ଜାରି । ଉତ୍ତରପ୍ରଦେଶର ମୁରାଦାବାଦର ସ୍ୱତନ୍ତ୍ର କୋର୍ଟ ଜୟପ୍ରଦାଙ୍କ ବିରୋଧରେ ୱାରେଣ୍ଟ୍ ଜାରି କରିଛନ୍ତି । ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଅଶ୍ଳୀଳ ମନ୍ତବ୍ୟ ମାମଲାରେ ତାଙ୍କ ବୟାନ ରେକର୍ଡ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୯ ଲୋକ ସଭା ନିର୍ବାଚନ ପରେ ପୂର୍ବତନ ରାମପୁର ଏମପି ଆଜମ ଖାଁ ମୁରଦାବାଦ କଟଘରରେ ଜୟା ପ୍ରଦାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଯେଉଁ ମାମଲାରେ ଜୟାପ୍ରଦା କୋର୍ଟରେ ହାଜର ହୋଇ ତାଙ୍କ ବୟାନ ରେକର୍ଡ କରିବାର ଥିଲା । ହେଲେ ସେ କୋର୍ଟରେ ହାଜର ନ ହେବାରୁ ଜୟାପ୍ରଦାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନ ପରେ, ଏସପି କର୍ମୀମାନେ ମୁରଦାବାଦର କାଟଗର ପୋଲିସ ଷ୍ଟେଶନ ପରିସରରେ ମୁସଲିମ ଡିଗ୍ରୀ କଲେଜରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯେଉଁଥିରେ ପୂର୍ବତନ ରାମପୁର ଏମପି ତଥା ଏସପି ନେତା ଆଜାମ ଖାନ, ତାଙ୍କ ପୁଅ ଅବଦୁଲ୍ଲା ଆଜାମ, ମୁରଦାବାଦ ଏସପି ଏମପି ଡକ୍ଟର ଏସଟି ହାସନ ଏବଂ ଅନ୍ୟାନ୍ୟ ଏସପି ନେତା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏମପି ତଥା ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

Comments are closed.