ନୂଆଦିଲ୍ଲୀ: ଆମେରିକାରେ ଘଟିଥିବା ବିମାନ ଦୁର୍ଘଟଣାରେ ବଢୁଛି ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆସଙ୍କା କରାଯାଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ବିମାନ ବନ୍ଦରରେ ସମସ୍ତ ଉଡ଼ାଣ ଏବଂ ଅବତରଣ ବନ୍ଦ କରାଯାଇଛି ।
ସୂଚନା ଅନୁସାରେ, ୱାଶିଂଟନ ରୋନାଲ୍ଡ ରିଗନ ବିମାନ ବନ୍ଦର ନିକଟରେ ଏକ ଯାତ୍ରୀବାହୀ ବିମାନ ଏକ ଆମେରିକୀୟ ସେନା ହେଲିକପ୍ଟର ସହିତ ଧକ୍କା ହୋଇ ପୋଟୋମିକ ନଦୀରେ ଖସି ପଡ଼ିଛି। ଏହି ବିମାନରେ ପ୍ରାୟ ୬୪ ଜଣ ଥିଲେ, ଯେଉଁଥିରୁ ୪ ଜଣ କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣା ପରେ ଚାରି ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା ୧୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।
ବିମାନଟି ଆମେରିକାର କାନସାସ ସହରରୁ ରାଜଧାନୀ ୱାସିଂଟନ ଆସୁଥିଲା। ଆମେରିକା ହ୍ଵାଇଟ ହାଉସ ନିକଟ ରୋନାଲ୍ଡ ରେଗନ ଏୟାରପୋର୍ଟରେ ବିମାନଟି ଅବତରଣ କରିବା ସମୟରେ ଏକ ହେଲିକପ୍ଟରକୁ ଧକ୍କା ଦେଇଥିଲା । ହେଲିକପ୍ଟର ସହ ବିମାନ ଧକ୍କା ପରେ ବିମାନଟି ପୋଟୋମିକ ନଦୀରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରିଥିଲା। ଦୁର୍ଘଟଣା ପରେ ପୋଟୋମେକ ନଦୀରେ ରେସକ୍ଯୁ ଅପରେସନ ଜାରି ରହିଛି। ସେପଟେ ଆମେରିକୀୟ ଏୟାରଲାଇନ୍ସର ସିଇଓ ରବର୍ଟ ଇସୋ ଡିସିଏ ଦୁର୍ଘଟଣାକୁ ନେଇ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଘଟିଥିବା ଦୁର୍ଘଟଣାକୁ ନେଇ ମୁଁ ବହୁତ ଦୁଃଖିତ । ଆମ କମ୍ପାନୀ ତରଫରୁ ଯାତ୍ରୀ ମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେବୁ । ଏଥିପାଇଁ ଆମେରିକୀୟ ଏୟାରଲାଇନ୍ସର ଟୋଲ ଫ୍ରି ନମ୍ବର 800-679-8215 କୁ କଲ କରିପାରିବେ।
Comments are closed.