Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ସାମାଜିକ ଦୂରତା ରକ୍ଷା କରାଇବା ପାଇଁ ବୁଲିବୁଲି ଗାର ଟାଣିଲେ ମମତା ବାନାର୍ଜୀ

କଲିକତା: ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପଲଟିଛି । ଏହି ମାରାତ୍ମକ କରୋନା ଭାଇରସର ମୁକାବିଲା ନେଇ ସବୁ ଆଡେ ସଚେତନତା ।

କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସାମାଜିକ ଦୂରତ୍ୱ ରଖିବା ସବୁଠାର ବଡ଼ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉପଦେଶ ଦେଇଛନ୍ତି ।


ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଲୋକଙ୍କୁ ସାମାଜିକ ଦୂରତ୍ୱ ନେଇ ସଚେତନ କରାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଗୁରୁବାର କୋଲକାତାର ସଡ଼କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାର ଟାଣି ଲୋକଙ୍କୁ ସତର୍କ କରାଉଥିବା ଦେଖିବାକୁ ମିଳିଥିଲା । କଲିକତାର ଏକ ଫଳ ବଜାରରେ ମମତା ଚକଖଡି ନେଇ ଗୋଲାକୃତି କରିବା ସହ ଫଳ କିଣିବା ପୂର୍ବରୁ ଲୋକେ ଗୋଲ ଭିତରେ କିପରି ଓ କାହିଁକି ଛିଡା ହେବେ ସେନେଇ ଲୋକଙ୍କୁ ବୁଝାଇ ଥିଲେ ।

ଲୋକ ମାନେ ପରସ୍ପର ମଧ୍ୟରେ କିପରି ଦୂରତା ରକ୍ଷା କରାଯାଇପାରିବ ସେ ନେଇ ସାଧାରଣ ଲୋକଙ୍କୁ ବୁଝାଇଥିଲେ ମମତା ।

Leave A Reply

Your email address will not be published.