Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ଓଡ଼ିଶାର ଏହି ଗାଁ’ରେ ପଶିଲେ ହାତୀ ଦଳ, ଖାଇଲେ ଧାନଫସଲ…

ବାରିପଦା: ପୁଣି ଓଡ଼ିଶାରେ ହାତୀ ଉପଦ୍ରବ ଦେଖାଦେଇଛି । ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ବନଖଣ୍ଡରେ ଏକ ଜଙ୍ଗଲୀ ହାତୀ ଦଳ ଆଖପାଖ ଗ୍ରାମରେ ପଶି ଫସଲ ନଷ୍ଟ କରିଥିବାର ସୂଚନା ଏଏନଆଇ ସୂତ୍ରରୁ ଖବର ମିଳିଛି ।

ଏହି ହାତୀପଲରେ ପ୍ରାୟ ୧୨ଟି ଜଙ୍ଗଲୀ ହାତୀ ରହିଥିଲେ । ଗ୍ରାମକୁ ପଶି ଧାନବିଲରେ ପଶି ଏହି ହାତୀମାନେ ଧାନ ଫସଲ ଖାଇଥିଲେ । ଗ୍ରାମବାସୀମାନେ ୧୦ଟି ହାତୀ ଦେଖି ଭୟଭିତ ହୋଇପଡ଼ିବା ସହିତ ହାତୀମାନଙ୍କୁ ଯେନତେନ ପ୍ରକାରେ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ।

ହାତୀମାନେ ପଲପଲ ହୋଇ ଫସଲ ନଷ୍ଟ କରିଦେବା ସହିତ ପରେ ଜଙ୍ଗଲକୁ ପଳାଇଯାଇଥିବାର ଖବର ମିଳିଛି ।

Leave A Reply

Your email address will not be published.