Latest Odisha News

BREAKING NEWS

ସମୁଦ୍ରରେ ଜଳପ୍ରପାତ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ମରିସସ:ଦୁନିଆରେ ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ଜଳପ୍ରପାତ ରହିଛି । ଏହା ଲୋକଙ୍କୁ ବେଶ୍ ଆକର୍ଷିତ କରିଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏପରି ସ୍ଥାନକୁ ବୁଲିବାକୁ ଯାଇଥାନ୍ତିି । ସାଧାରଣତଃ ପାହାଡ଼ରେ ଅଧିକାଂଶ ଜଳପ୍ରପାତ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ କେବେ ଏପରି ଜଳପ୍ରପାତ ବିଷୟରେ ଶୁଣିଛନ୍ତି, ଯାହା ଜଳ ଭିତରେ ଅଛି ? ଆଜି ଏମିତି ଏକ ଜଳପ୍ରପାତ ବିଷୟରେ କହିବୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଜଳପ୍ରପାତ ଭାରତ ମହାସାଗରରେ ମରିସସର ଦକ୍ଷିଣ-ପଶ୍ଚିମ ଉପକୂଳରେ ରହିଛି । ସବୁ ଜଳପ୍ରପାତଗୁଡ଼ିକ ପାହାଡ଼ରୁ ଭୂମିକୁ ପଡ଼ିଥାଏ । କିନ୍ତୁ ଏହି ଜଳପ୍ରପାତ ସମୁଦ୍ର ମଝିରେ ରହିଛି, ଯାହା ଦେଖିବାକୁ ବହୁତ ସୁନ୍ଦର । ଏହି ଜଳପ୍ରପାତ ସମୁଦ୍ରର ଢେଉକୁ କାଟି ତଳକୁ ଖସୁଛି । ଏହା କେଉଁଆଡ଼େ ଯାଉଛି, ସେ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ବାଲି ଯୋଗୁ ଏହା ଏକ ଜଳପ୍ରପାତ ପରି ଅନୁଭବ ଦେଇଥାଏ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହା ଜଳପ୍ରପାତ ଭାବରେ ବେଶ୍ ପ୍ରସିଦ୍ଧ । ବାସ୍ତବରେ ଏହା ସେପରି ନୁହେଁ, ଏହା କେବଳ ଏକ ଅପ୍ଟିକାଲ ଭ୍ରମ । ବାଲି ଏବଂ ସିଲ୍ଟର ଜମା ହେତୁ ଜଳର ରଙ୍ଗ ବଦଳିଯାଏ, ଯାହା ଏହାକୁ ଜଳପ୍ରପାତ ପରି ଦେଖାଯାଏ । ଏହି ଜଳପ୍ରପାତ ଦେଖିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଧଳା ବାଲିରେ ପରିପୂର୍ଣ୍ଣ ଏହି ସମୁଦ୍ର କୂଳର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରନ୍ତି । ଏହାର ଏକ ଭିଡ଼ିଓ ଓ ଫଟୋ ବେଶ୍ ଭାଇରାଲ ହେଉଛି ।

Comments are closed.