Latest Odisha News

BREAKING NEWS

ବାପାଙ୍କ ଉପରେ ବର୍ଷୁଛି କୁନିଝିଅ, କହୁଛି-‘ପୁଅମାନେ ଗଢି ଜାଣନ୍ତିନି, କେବଳ ଲଢି ଜାଣନ୍ତି’ ଦେଖନ୍ତୁ ଭିଡିଓ

କାବୁଲ: ପୁରୁଷମାନେ କେବଳ ଧ୍ୱଂସ କରିପାରନ୍ତି । ପୁରୁଷମାନେ କେବଳ ଝଗଡା କରିପାରନ୍ତି । ହେଲେ ମହିଳାମାନେ ନୁହେଁ । ଏ ଉକ୍ତି କୌଣସି ପୁରୁଷ ବିରୋଧୀ ମହିଳାଙ୍କର ସ୍ୱର ନୁହେଁ । ଏ କ୍ଷୋଭ ଗୋଟିଏ କୁନି ଝିଅର । ସେ ପୁଣି ଆଉ କାହା ପ୍ରତି ନୁହେଁ, ନିଜ ବାପାଙ୍କ ପ୍ରତି ତାଙ୍କ ମୁହଁରୁ ବାହାରି ଏପରି କଡା ଶବ୍ଦ ।

ଆଫଗାନିସ୍ତାନର ଏହି କୁନି ଝିଅଟି ବାପାଙ୍କ ପ୍ରତି କରିଛି ଏମିତି ବିଷୋଦ୍ଗାର ।  ଝିଅଟି ବାପାଙ୍କ ପାଖରେ ଅଳି କରିଥିଲା ସେ ସ୍କୁଲକୁ ଯିବ । ସେ ପାଠ ପଢିବ । ହେଲେ ବାପା ତାକୁ ବୁଝାଇ କହିଥିଲେ, ‘ସ୍କୁଲ କେବଳ ପୁଅଙ୍କ ପାଇଁ । ଝିଅମାନଙ୍କ ପାଇଁ ନୁହେଁ । ଏହାର ଉତ୍ତରରେ ଝିଅଟ ବାପାଙ୍କୁ କଡା ଜବାବ ଦେଇଥିଲା । କହିଥିଲା-‘ ଝଗଡା କରିବା ଏବଂ ଧ୍ୱଂସ କରିବ ଦୁଇଟି ଜିନିଷ ପୁରୁଷମାନେ କରିଥାନ୍ତି । ମହିଳାମାନେ ନୁହେଁ ।’

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ସ୍ୱାଧୀନତା ଉପରେ ଲଗାଇ ଦେଇଛନ୍ତି ଅଙ୍କୁଶ । ଝିଅମାନଙ୍କୁ ସ୍କୁଲ ଯିବାରେ ଲାଗିଛି କଟକଣା । ଏପରି ସମୟରେ ଆଫଗାନିସ୍ଥାନର ଏଇ ବାପା-ଝିଅଙ୍କ ଝଗଡାର ଭିଡିଓ ଏବେ ଭାଇରାଲ ହୋଇଛି ଯାହା ଖୁବ ବଡ ବାର୍ତ୍ତା ଦେଉଛି।

ବାପା ଝିଅକୁ ପଚାରୁଛନ୍ତି ସେ ‘ଏତେ ରାଗୁଛି କାହିଁକି ?’ ଝିଅଟି ସାଙ୍ଗେ ସାଙ୍ଗେ ଉତ୍ତର ଦେଉଛି,   ‘ଆପଣ ମୋତେ ସ୍କୁଲ ଯିବାକୁ ଦେଉ ନାହାନ୍ତି । ବାପା କହୁଛନ୍ତି, ମୁଁ କେବଳ ତୁମ ଭାଇର ନାଁ ସ୍କୁଲରେ ଲେଖାଇବି । କାରଣ ସ୍କୁଲରେ କେବଳ ପୁଅମାନେ ଯାଇ ପାରିବେ । ଝିଅମାନେ ନୁହେଁ ।’

ଝିଅଟି ବାପାଙ୍କୁ କହୁଛି, ‘ଝିଅମାନେ ବି ସ୍କୁଲ ଯିବେ ।’ସେ କହୁଛି, ‘ଯୁଦ୍ଧ ଏବଂ ଧ୍ୱଂସ ଦୁଇଟି ଜିନିଷ ଯାହା ପୁରୁଷମାନେ ହିଁ କରିପାରିବେ ।’

ବାପା ପଚାରୁଛନ୍ତି, ‘କେଉଁ ଜିନିଷ ଯାହାକୁ ପୁରୁଷମାନେ ନଷ୍ଟ କରିଦେଇଛନ୍ତି ?’ ଝିଅଟି ତୁରନ୍ତ ଉତ୍ତର ଦେଉଛି ‘ନିଜେ ଯାଇ ଦେଖିନିଅ । କାବୁଲରୁ କାନ୍ଦାହାର ପର୍ଯ୍ୟନ୍ତ କେତେ ଜାଗାକୁ ତୁମେ ଧ୍ୱଂସ କରିଛି ?’

ଏତିକିରେ ଝିଅର କ୍ଷୋଭ ଶାନ୍ତ ହୋଇନି । ସେ ଆହୁରି କହିଛନ୍ତି, ‘ମହିଳାମାନେ ଘରେ ରୁହନ୍ତି । ସେ କିଛି ବି ନଷ୍ଟ କରନ୍ତି ନାହିଁ । ସାଧାରଣ ଭାବେ ଝିଅମାନେ ସ୍କୁଲ ଯାଆନ୍ତି । ମହିଳାମାନେ ନୁହେଁ । ମହିଳାମାନେ ବି ସ୍କୁଲ ଯାଇପାରିବେ । ’

ବାପା ଝିଅକୁ ପଚାରୁଛନ୍ତି –ସ୍କୁଲ ଯାଇ ତୁମେ କ’ଣ କରିବ ? ଝିଅଟି କହୁଛି, ସେ ଡାକ୍ତର, ଇଞ୍ଜିନିୟର ବା ଟିଚର ହେବ । ସେ ଆହୁରି କହୁଛି, ଦେଶର ପୁନର୍ଗଠନ କରିବାକୁ ଆମକୁ ପଡିବ ।’

ବାପା କହୁଛନ୍ତି-ଆମେ ଦେଶର ପୁନର୍ଗଠନ କରିଦେବା ।‘

ଝିଅ କହୁଛି, ନାଁ, ତୁମେ ଘରେ ବସ । ଦେଶର ପୁନଃ ନିର୍ମାଣ ଆମେ କରିବୁ ।’

ଇନଷ୍ଟା ପେଜରେ ଏଇ ଆଫଗାନ ଝିଅର ଭିଡିଟି ଶେୟାର ହୋଇଛି । ଭିଡିଓଟି ବେଶ ଭାଇରାଲ ହୋଇଛି । ଭିଡିଓରେ ଝିଅଟି ବହୁତ ବଡ କଥା କହୁଛି । ଶିକ୍ଷାର ଲିଙ୍ଗ ଭେଦ ନାହିଁ । ଏହା ସମସ୍ତଙ୍କର  ।  ଏକ ବର୍ଷରୁ ଅଧିକ ହୋଇଗଲା । ଆଫଗାନ ଝିଅମାନେ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରୁ ବଞ୍ଚିତ ହେଉଛନ୍ତି । ଶିକ୍ଷା ମଣଷର ମୌଳିକ ଅଧିକାର । ’ ଏହା ଖାଲି ଏହି ଝିଅଟିର ସ୍ୱର ନୁହେଁ । ଏହା ଅଗଣିତ ଆଫଗାନ ଝିଅ  ।

 

 

 

 

View this post on Instagram

 

A post shared by The Afghan (@theafghan)

Leave A Reply

Your email address will not be published.