Latest Odisha News

ସରିଲା ମତଦାନ, ଭୋଟର ଓ ରାଜନୈତିକ ଦଳ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ସରିଛି ଗଣତନ୍ତ୍ରର ମହାନପର୍ବ । ଇତିହାସ ରଚିଛି ଭାରତ । ଏପ୍ରିଲ ୧୯ ରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଚାଲିଥିବା ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ମତଦାନ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଭାରତୀୟ ଭୋଟରମାନେ ଭୋଟ୍ ଦେବାର ଅଧିକାର ସାବ୍ୟସ୍ତ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ନିର୍ବାଚନ ପୁଣି ଥରେ ଚମତ୍କାର କରିଛି। ଜାତି, ବର୍ଣ୍ଣ, ଧର୍ମ, ସାମାଜିକ- ଆର୍ଥିକ ଓ ଶିକ୍ଷାଗତ ପୃଷ୍ଠଭୂମି ନିର୍ବିଶେଷରେ ମହାନ ଭାରତୀୟ ଭୋଟରମାନେ ପୁଣି ଥରେ ଏହା କରିଛନ୍ତି। ପ୍ରକୃତ ବିଜେତା ହେଉଛନ୍ତି ଭାରତୀୟ ଭୋଟର।

ମତଦାତାମାନେ ସେମାନଙ୍କର ଅନେକ ଆହ୍ୱାନ ଏବଂ ଦ୍ୱନ୍ଦ୍ୱକୁ ଅତିକ୍ରମ କରି ମତଦାନ କେନ୍ଦ୍ରକୁ ପ୍ରବେଶ କରିଥିବାରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ସମେତ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର, ଡ. ସୁଖବୀର ସିଂହ ସାନ୍ଧୁ ଏବଂ ଭାରତ ନିର୍ବାଚନ ଆୟୋଗ ପରିବାରର ସମସ୍ତ ସଦସ୍ୟ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଆୟୋଗ ଆନ୍ତରିକତାର ସହ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଓ ପ୍ରଶଂସା କରିଛନ୍ତି। ନିଜର ଦୃଢ଼ ଅଂଶଗ୍ରହଣ ମାଧ୍ୟମରେ ଭୋଟରମାନେ ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତାମାନଙ୍କ ଆସ୍ଥାକୁ ବୃଦ୍ଧି କରିଛନ୍ତି, ଯେତେବେଳେ ସେମାନେ ସାଧାରଣ ଭାରତୀୟଙ୍କୁ ମତାଧିକାର କ୍ଷମତା ହସ୍ତାନ୍ତର କରିଛନ୍ତି। ସେହିପରି ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀ, ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ ଗଣମାଧ୍ୟମ, ନିର୍ବାଚନ କାର୍ଯ୍ୟରେ ଥିବା ସମସ୍ତ ବିଭାଗର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆୟୋଗ ।

 

Leave A Reply

Your email address will not be published.