Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା। ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଲଘୁଚାପ ଜନିତ ବର୍ଷାର ପ୍ରକୋପ ଆଗକୁ ଭୀଷଣ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ପାଇଁ ଆଲର୍ଟ ଜାରି କରିଛନ୍ତି। ଅଗ୍ନିଶମ ବିଭାଗ, ଓଡ୍ରାଫ୍, ଏନ୍‌ଡ଼ିଆର୍‌ଏଫ୍ ସମସ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହାସହ ଦୁର୍ବଳ ନଦୀବନ୍ଧ ଗୁଡିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଆଜିଠାରୁ ବର୍ଷାର ପ୍ରକୋପ ଧୀରେ ଧୀରେ ବଢ଼ିବ। ଆସନ୍ତାକାଲି ସକାଳ ସୁଦ୍ଧା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲା ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.