Latest Odisha News

BREAKING NEWS

ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା, ୭୦ କିିମି ବେଗରେ ବହିବ ପବନ

ଭୁବନେଶ୍ୱର:ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି ଗଭୀର ଅବପତାର ରୂପ ନେବ ଲଘୁଚାପ । ଗତ ୬ ଘଣ୍ଟା ମଧ୍ୟରେ  ୧୩ କିମି ଉତ୍ତରକୁ ଗତି କରୁଛି । ବିଶାଖାପାଟଣାରୁ ୩୮୦ ଏବଂ ପାରାଦୀପଠାରୁ ୪୮୦ କିମି ଦୂରରେ ରହିଛି । ଉତ୍ତରକୁ ଗତି କରି ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

ପରେ ଏହା ଦିଗ ପରିବର୍ତ୍ତନ କରିବ ଏବଂ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇବା ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ଆଇଏମଡି ସୂଚନା ଅନୁସାରେ,ଏହା ମୋଙ୍ଗଳା ଏବଂ ଖେପୁପରା ମଝିରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏହାର ପ୍ରଭାବରେ  ୧୮ ତାରିଖ ସକାଳେ ପବନର ବେଗ ବଢିପାରେ । ଘଣ୍ଟାକୁ ପ୍ରାୟ ୭୦ କିମି ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ରାଜ୍ୟର  ୨୦ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆକଳନ କରିଛି ପାଣିପାଗ କେନ୍ଦ୍ର । ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ଦୁଇଦିନ ପାଇଁ ସମୁଦ୍ରକୁ ନ ଯିବା ପାଇଁ ସତର୍କ କରାଯାଇଛି ।

Comments are closed.