Latest Odisha News

BREAKING NEWS

ଆଜିଠୁ ସାମାନ୍ୟ କମିବ ଶୀତର ପ୍ରକୋପ: ପାଣିପାଗ ବିଭାଗ

ଭୁବନେଶ୍ୱର: ବିଗତ କିଛିଦିନ ହେବ ଅସହ୍ୟ ଶୀତରେ ଥରୁଥିଲା ଓଡିଶା। ତେବେ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ ।

ସୂଚନାନୁସାରେ, ସୋନପୁର, ବୌଦ୍ଧ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, କଟକ, କେନ୍ଦୁଝର, ନୟାଗଡ଼, ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ।

ଏବେ ରାଜ୍ୟରେ ଅସହ୍ୟ ଶୀତ ଅନୁଭୁତ ହେଉଥିବା ବେଳେ ୩୦ ତାରିଖରୁ ତାପମାତ୍ରା ବଢ଼ିବା ସହିତ ଶୀତର ପ୍ରକୋପ ମଧ୍ୟ କମିବା ନେଇ ସୂଚନା ରହିଛି।

ଆଜି ରାଜ୍ୟର ପ୍ରାୟ ୭ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‌ ରହିଛି।

Comments are closed.