Latest Odisha News

BREAKING NEWS

କମିବ ଶୀତ, ବଢିବ ତାତି ଆଉ ବଢିବ କୁହୁଡି

ଭୁବନେଶ୍ୱର:  ମେଘୁଆ ପାଗ । ଶୀତର ପ୍ରକୋପ  ନାହିଁ କି ଟାଣଖରା ବି ନାହିଁ । ସକାଳୁ ସକାଳୁ କୁହୁଡି ବି ଦେଖାଯାଉଛି । ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ରାତିର ତାପମାତ୍ରାରେ ବୃଦ୍ଧି ଘଟୁଛି । ଗତକାଲି ଏମିତି ପାଗ ଦେଖା ଦେଇଥିବାବେଳେ ଆଜି ବି ସକାଳୁ ଠିକ ସେମିତି ପାଗ ରହିଛି ।

ପାଣପାଗ ବିଭାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସାମୁଦ୍ରିକ ବାୟୁ ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ ବଢିଛି । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ବାୟୁମଣ୍ଡଳର ସ୍ଥିରତା ମଧ୍ୟ ବଢିଛି । ଦୁଇଦିନ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡିର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ୫ ଦିନ ଘନ କୁହୁଡ ପଡିବ । ଅନ୍ୟପକ୍ଷେ ସୋମବାରଠାରୁ ଶୀତ ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି । ବିଶେଷକରି ପୁରୀ ଓ ଜଗତସିଂହପୁର ଜିଲ୍ଳା ସମେତ ଅନ୍ୟ ଉପକୂଳ ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଆଜି ସକାଳୁ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେଇଥିବାବେଳେ ୩ ତାରିଖ ଦିନ ମଧ୍ୟ ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିପାରେ ବୋଲି ସୂଚନା ମିଳିଛି। ଆସନ୍ତା ୫ ଦିନ ଯାଏ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.