Latest Odisha News

BREAKING NEWS

ଟ୍ରେନ ଲାଇନ ଚ୍ୟୁତ; ୧୦ ଆହତ

ପାଲି: ବାନ୍ଦ୍ରା ଟର୍ମିନସ-ଯୋଧପୁର ସୂର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନ ଦୁର୍ଗଟଣାଗ୍ରସ୍ତ ହୋଇଛି । ସକାଳ ପ୍ରାୟ ୩.୨୭ରେ ଟ୍ରେନର ୮ଟି ବଗି   ଲାଇନ୍‌ଚ୍ୟୁତ ହୋଇଛି। ଦୁ୍ର୍ଘଟଣା ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦରା ସେକ୍ସନ ମଝିରେ ଘଟିଛି । ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା  ଜଣା ପଡିନାହିଁ।  ତେବେ ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଗାଡ଼ିରେ ୧୫୦ ଜଣ ସ୍କାଉଡ ଗାଇଡ ଛାତ୍ର ଥିଲେ । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆଉ ଏକ ବସର ବ୍ୟବସ୍ଥା କରାଯାଇଛି ।   ଯାତ୍ରୀମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଛନ୍ତି।  ଉତ୍ତର ପଶ୍ଚିମ ରେଳବାଇର ଉଚ୍ଚସ୍ତରୀୟ ଅଧିକାରୀମାନେ ଜୟପୁରସ୍ଥିତ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ୍‌ ରୁମ୍‌ରେ ଥାଇ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।  ରେଳବାଇ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

ତେବେ ଏହି ଦୁର୍ଘଟଣା ଯୋଗୁ ଅନେକ ଗୁଡିଏ ଟ୍ରେନର ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି । ୪ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି ।

 

Leave A Reply

Your email address will not be published.