Latest Odisha News

କାଳବୈଶାଖୀ ଦେଲା ଆଶ୍ୱସ୍ତି; ତାତିରୁ ମିଳିଲା ମୁକ୍ତି

 ଭୁବନେଶ୍ୱର: ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ସକାଳୁ ସକାଳୁ ରାଜଧାନୀ  ଜଳୁଥିବାବେଳେ ମଧ୍ୟାହ୍ନରେ କାଳବୈଶାଖୀ ଦେଲା ଆଶ୍ୱସ୍ତି । ସାରା ରାଜଧାନୀରେ ଆଜି ମଧ୍ୟାହ୍ନରେ ଘଡଘଡି ସହ ବର୍ଷା ହୋଇଯାଇଛି । ଫଳରେ ତାତିରୁ ମୁକ୍ତି ମିଳିଛି । ରାଜଧାନୀରେ ଆଜି ସକାଳୁ ସକାଳୁ ତାତି ଅସହ୍ୟ ହୋଇଥିଲା । ସକାଳ ସାଢେ ୧୧ଟା ବେଳକୁ ତାତି ୩୯ ପାରି କରିଥିଲା । ଦିନରେ ଆହୁରି ବଢିବା ଆଶଙ୍କାରେ ଲାେକେ ଭୟଭୀତ ହୋଇ ପଡିଥିଲେ  । ଯାହା ହେଉ, ମଧ୍ୟାହ୍ନ ବେଳକୁ କାଳବୈଶଲାଖୀ ବର୍ଷା ଆାଶ୍ୱସ୍ତି ଦେଇଛି ।

କିଛି ସମୟ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଥିଲା । ଟ୍ୱିନ ସିଟିରେ କାଳବୈଶାଖୀ ପ୍ରଭାବରେ  ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା ଥିବା ଟୁଇଟ କରି ସୂଚନା ଦେଇଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷା ସହ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବହିବ ତଥା କିଛି ଅଞ୍ଚଳରେ କୁଆପଥର ବର୍ଷା ଲାଗିରହିବ ବୋଲି ମଧ୍ୟ କହିଥିଲା । ବିଶେଷକରି ଢେଙ୍କାନାଳ, କଟକ , ଖୋର୍ଦ୍ଧା ତଥା କଟକ ଏବଂ ଭୁବନେଶ୍ୱରକୁ କାଳ ବୈଶାଖୀ ସମ୍ଭାବନା ଥିବା ସତର୍କ ସୂଚନା ଦେଇଥିଲା ବିଭାଗ ।

ଆଜି   ବାଙ୍କୀ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଲାଗି ରହିଥିବା ବେଳେ ଅନେକ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ବାଙ୍କୀ କଟକ ରାସ୍ତାର କୁଶପଙ୍ଗି ନିକଟରେ ଅନେକ ଗଛ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ବାଙ୍କୀ କଟକ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

 ସୂଚନାଥାଉ କି, ଆଜି ଦିନ ୧୧ ଟା ୩୦ ସୁଦ୍ଧା  ସମ୍ବଲପୁରର ତାପାମାତ୍ରା ବି  ୩୯.୨ ଡ଼ିଗ୍ରୀ ଥିଲା । ଅନ୍ୟପକ୍ଷେ ଝାରସୁଗୁଡାର ତାପମାତ୍ରା ୩୮.୪ଡ଼ିଗ୍ରୀ, ହୀରାକୁଦର ୩୭.୪ଡ଼ିଗ୍ରୀ,  ଚାନ୍ଦବାଲିର ୩୫.୬ ଡ଼ିଗ୍ରୀ,  କେନ୍ଦୁଝରର ୩୫.୦ ଡ଼ିଗ୍ରୀ, ବାଲେଶ୍ୱରର  ୩୫.୦ ଡ଼ିଗ୍ରୀ,  ପୁରୀର ୩୩.୦ ଡ଼ିଗ୍ରୀ,  ପାରାଦ୍ୱୀପର ୩୩.୪ ଡ଼ିଗ୍ରୀ ଏବଂ  ଗୋପାଳପୁରର  ତାପମାତ୍ରା ୩୩.୪ ଡ଼ିଗ୍ରୀ ସେଲସିୟସ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.