ଭୁବନେଶ୍ୱର:ଗୋଟିଏ ପଟେ ସାରା ରାଜ୍ୟ ଜଳୁଛି । ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଛି । ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ର ୪୩ ଡିଗ୍ରୀ ଥିବାବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭.୮ ଡିଗ୍ରୀ ସେଲସିୟସ ରହିଛି । ଏପରି ଭିତରେ ୨୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ଝଡ଼ବର୍ଷା ଓ ବଜ୍ରପାତ ନେଇ ୨୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା ଓ କଟକ । ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ପବନ ବହିବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ସୂଚନାଥାଉ କି, ଆଜି ରାଜ୍ୟରେ ମଧ୍ୟାହ୍ନ ସାଢେ୨ଟା ସୁଦ୍ଧା ହୀରାକୁଦର ତାପମାତ୍ରା ୪୧.୮ ଡ଼ିଗ୍ରୀ ଝାରସୁଗୁଡାର ତାପମାତ୍ରା ୪୧.୬ ଡ଼ିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୩୬.୮ ଡ଼ିଗ୍ରୀ, ବାଲେଶ୍ୱରର ତାପମାତ୍ରା ୩୪.୨ ଡ଼ିଗ୍ରୀ, ପୁରୀର ତାପମାତ୍ରା ୩୩.୮ ଡ଼ିଗ୍ରୀ, ଗୋପାଳପୁରର ତାପମାତ୍ରା ୩୩.୬ ଡ଼ିଗ୍ରୀ, ପାରାଦୀପର ତାପମାତ୍ରା ୩୩.୨ ଡ଼ିଗ୍ରୀ ଏବଂ କେନ୍ଦୁଝରର ତାପମାତ୍ରା ୨୯ ଡ଼ିଗ୍ରୀ ରହିଛି ।
Comments are closed.