ନୂଆଦିଲ୍ଲୀ:ଦେବଉଥନ ଏକାଦଶ ପରେ ବିବାହ ଋତୁ ଆରମ୍ଭ ହେବ । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସର ଅନୁସନ୍ଧାନମୂଳକ ଶାଖା ସିଏଆଇଟି ଏକ ରିପୋର୍ଟ ଜାରୀ କରିଛି । ଏହା ଅନୁସାରେ ଏଥର ଆନୁମାନିକ ୪୬ ଲକ୍ଷ ବିବାହ ଭାରତରେ ହେବ । ଏହି ବିବାହକୁ ନେଇ ୬.୫୦ ଲକ୍ଷ କୋଟି ଟଙ୍କାର କାରୋବାର ହେବ ବୋଲି ମଧ୍ୟ ଆକଳନ କରାଯାଇଛି । ଦେଶର ପ୍ରମୂଖ ୭୫ ସହରକୁ ଆଖି ଆଗରେ ରଖାଯାଇ ଏହି ଅନୁମାନ କରାଯାଇଛି । ଗୋଟିଏ ବିବାହ ଖର୍ଚ୍ଚ ୧୦ ଲକ୍ଷରେ ପଂହଚିବା ଆରମ୍ଭ କରିଛି । ପୂର୍ବରୁ ଏହା ୫ ଲକ୍ଷ ପର୍ଯ୍ୟନ୍ତ ଥିଲ ।
ବସ୍ତ୍ର ଓ ଶାଢ଼ିରେ ୧୦ ପ୍ରତିଶତ, ଅଳଙ୍କାରରେ ୧୫ ପ୍ରତିଶତ, ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ୍ସରେ ୫, ମିଠା ଏବଂ ଜଳଖିଆରେ ୫, ସଉଦାରେ ୫, ଉପହାରରେ ୪ ଏବଂ ଅନ୍ୟ ସାମଗ୍ରୀରେ ୬ ପ୍ରତିଶତ ଖର୍ଚ୍ଚ ହୋଇଥାଏ । ସେହିପରି ଇଭେଂଟ ମ୍ୟାନେଜମେଂଟରେ ୫, କ୍ୟାଟେରିଙ୍ଗରେ ୧୦, ଫଟୋଗ୍ରାଫୀ ଓ ଭିଡିଓଗ୍ରାଫୀରେ ୨, ଅତିଥିସେବାରେ ୩, ଫୁଲ ସାମଗ୍ରୀରେ ୪, ମ୍ୟୁଜିକାଲ ଗ୍ରୁପ୍ସ ୩, ଲାଇଟ ଏବଂ ସାଉଣ୍ଡରେ ୩ ଓ ଅନ୍ୟ ସେବାରେ ୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥାଏ । ପ୍ରାରମ୍ଭିକ ରିପୋର୍ଟରେ ଦିଲ୍ଲୀରେ ୪.୮ ଲକ୍ଷ ବିବାହ କାର୍ଯ୍ୟ ହୋଇପାରେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।
Comments are closed.