ମାଲକାନଗିରି:କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ବିଭିନ୍ନ ଜିଲ୍ଲାଗୁଡିକରେ ନାଇଟକର୍ଫ୍ୟୁ ସହିତ ସପ୍ତାହନ୍ତ ସଟଡାଉନ କରାଯାଉଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିଛି । ଦୋକାନ ବଜାର ସବୁ ବନ୍ଦ ଥିବା ବେଳେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢୁଥିବା ବେଳେ ବିଭିନ୍ନ ଜିଲ୍ଲା ଗୁଡିକରେ ନାଇଟକର୍ଫ୍ୟୁ ଜାରି ରହିଛି । ଅନ୍ୟ ଜିଳ୍ଲା ଭଳି ମାଲକାନଗିରିରେ ମଧ୍ୟ ନାଇଟକର୍ଫ୍ୟୁ ସହିତ ଛତିଶଗଡ଼ ସୀମାକୁ ସିଲ୍ କରିଦିଆଯାଇଛି । ତା ସହିତ ଶନିବାରଠୁ ଆରମ୍ଭ ହୋଇଛି ସପ୍ତାହନ୍ତ ସଟ୍ଡାଉନ୍ । ଶନିବାର ଓ ରବିବାର ଦୁଇ ଦିନ ମାଲାକାନଗିରି ଜିଲ୍ଲାପାଳ ଜିଲ୍ଲାର ବାଲିମେଳା ଓ କାଲିମେଳା ଆଦି ୩ଟି ସହରକୁ ଉଇକ୍ଏଣ୍ଡ ସଟଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲାର ୩ଟି ସହରରେ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୁଲିସ ଓ ପ୍ରଶାସନ ଅଧିକାରୀ ଜଗି ରହିଛନ୍ତି । ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏମିତିକି ଅମାନିଆଙ୍କଠାରୁ ଫାଇନ୍ ବି ଆଦାୟ କରାଯାଉଛି । ଲୋକଙ୍କୁ ଘରୁ ନବାହାରିବା ସହିତ ସଚେତନ ରହିବା ପରାମର୍ଶ ଦିଆଯାଉଛି ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.