ରାଉରକେଲା: ନୂଆଖାଇ ଅବସରରେ ରାଉରକେଲା ମହାନଗର ନିଗମ ଅଧିନରେ ଥିବା ସମସ୍ତ ଅଞ୍ଚଳରେ ସାପ୍ତାହନ୍ତ ସଟଡାଉନକୁ କୋହଳ କରାଯାଇଛି ।
ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ବିଜ୍ଞପ୍ତି ଅନୁଯାୟୀ ପଶ୍ଚିମ ଓଡିଶାର ଏକ ଗଣପର୍ବ ହେଉଛି ନୂଆଖାଇ । ଯାହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ ଯାଏଁ ଥିବା ସାପ୍ତାହନ୍ତ ସଟଡାଉନରେ ସାମାନ୍ୟ କୋହଳ କରାଯାଇଛି ।
ଜନସାଧାରଣ ନିଜ ନିଜ ଘର ମଧ୍ୟରେ ରହି ନୂଆଖାଇ ପର୍ବ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ହେଲେ ନୂଆଖାଇ ଅବସରରେ କୌଣସି ସମାବେଶ ନ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଏହାବ୍ୟତିତ ଏସଆରସି ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅବସରରେ ସମସ୍ତେ କୋଭିଡ-୧୯ ନିୟମକୁ ପାଳନ କରନ୍ତୁ । ସମସ୍ତେ ମାସ୍କ ପିନ୍ଧିବା ସହ ନିଜ ନିଜ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ।
Comments are closed.